ଦେଶ ବିଦେଶ ମନୋରଞ୍ଜନ

‘ଲୁପ୍ ଲପେଟା’ର ପୋଷ୍ଟର୍ ରିଲିଜ୍

ତାପସୀ ପନ୍ନୁଙ୍କ ଅଭିନୀତ ‘ଲୁପ୍ ଲପେଟା’ର ପୋଷ୍ଟର ରିଲିଜ୍ ହୋଇଯାଇଛି। ତାପସୀ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟର୍‌ର ଫଟୋ ସେୟାର କରିବା ସହ ଚଳଚ୍ଚିତ୍ରର କିଛି ସଂଳାପ ସେଥିରେ ଉଲ୍ଲେଖ କରିଛନ୍ତି। ପୋଷ୍ଟରରେ ତାପସୀ ଏକ ଟଏଲେଟ୍‌ର ପାମ୍‌ରେ ବସିଥିବା ଦେଖିବାକୁ ମିଳୁଛି। ୧୯୯୮ ମସିହାରେ ନିର୍ମିତ ଜର୍ମାନ ଚଳଚ୍ଚିତ୍ର ‘ରନ୍ ଲୋଲା ରନ୍’ର ଏହା ରି-ମେକ୍। ତାପସୀ ଏହି ଚଳଚ୍ଚିତ୍ରରେ ସାଭି ଭୂମିକାରେ ନଜରରେ ଆସିବେ। ତାହିର୍ ଭସିନ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନୟ କରିବେ। ବର୍ତ୍ତମାନ ତାପସୀ ‘ରଶ୍ମି ରକେଟ୍’ ଚଳଚ୍ଚିତ୍ର ପାଇଁ ମୁମ୍ବାଇରେ ଶେଷ ପର୍ଯ୍ୟାୟ ସୁଟିଂରେ ବ୍ୟସ୍ତ ଥିବା ସୂଚନା ମିଳିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ