ଅପରାଧ ଦେଶ ବିଦେଶ

ଲୁଧିଆନା କୋର୍ଟ ବୋମା ବିସ୍ଫୋରଣ ମାମଲାର ରହସ୍ୟ ଭେଦକଲେ ‘ଏନ୍‌ଆଇଏ’ ଓ ପଞ୍ଜାବ ପୁଲିସ; ମୁଖ୍ୟ ଅଭିଯୁକ୍ତ ଗିରଫ

ଚଣ୍ଡୀଗଡ଼: ପଞ୍ଜାବ ପୁଲିସର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଏବଂ ‘ଏନ୍‌ଆଇଏ’ ଲୁଧିଆନା ଅଦାଲତ ବୋମା ବିସ୍ଫୋରଣ ମାମଲାର ରହସ୍ୟ ଭେଦ କରିବା ସହିତ ଶନିବାର ଦିନ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। କିନ୍ତୁ, ସେ ମୁଖ୍ୟ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଛି।

ପଞ୍ଜାବ ପୁଲିସର ମହାନିର୍ଦେଶକ ଭି. କେ. ଭୱରା କହିଛନ୍ତି, ପଞ୍ଜାବ ପୁଲିସ ଲୁଧିଆନା ଅଦାଲତ ବିସ୍ଫୋରଣ ମାମଲାର ରହସ୍ୟ ଉନ୍ମୋଚନ କରିଛି। ମୁଖ୍ୟ ଅଭିଯୁକ୍ତଙ୍କୁ ‘ବର୍ଡର୍‌ ରେଞ୍ଜ୍‌’ର ‘ଏସ୍‌ଟିଏଫ୍‌’ ଟିମ୍‌ ଗିରଫ କରିଛି। ଉକ୍ତ ବିସ୍ଫୋରଣରେ ବ୍ୟବହୃତ ‘ଆଇଇଡି’ ‘ଆଇଏସ୍‌ଆଇ’ ସହାୟତାରେ ଡ୍ରୋନ୍‌ ଯୋଗେ ଅଣାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଲୁଧିଆନା ଅଦାଲତ ବିସ୍ଫୋରଣ ମାମଲାରେ ମେ ୨୦ ତାରିଖରେ ଜଣେ କିଶୋରଙ୍କ ସମେତ ‘ଏସ୍‌ଟିଏଫ୍‌’ ୫ଜଣଙ୍କୁ ଗିରଫ କରିଥିଲା। ଗତବର୍ଷ ଡିସେମ୍ବର ୨୩ରେ ଲୁଧିଆନା ଅଦାଲତ ପରିସରରେ ସଙ୍ଗଠିତ ଉକ୍ତ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହିତ ୬ଜଣ ଆହତ ହୋଇଥିଲେ।

ଏଥିପାଇଁ ‘ଏନ୍‌ଆଇଏ’ ଜର୍ମାନିରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀ ତଥା ନିଷିଦ୍ଧ ଖଲିସ୍ତାନୀ ସଙ୍ଗଠନ ‘ଶିଖ୍‌ସ୍‌ ଫର୍‌ ଜଷ୍ଟିସ୍‌’ର ସଦସ୍ୟ ଜସ୍‌ୱିନ୍ଦର୍‌ ସିଂହ ମୁଲତାନୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ