ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୁଟେରା ସାବଧାନ! ଏଣିକି ଲାଗିବ ଦଫା-୪୧୩

ଭୁବନେଶ୍ବର: ପୁଲିସର ନିଦ ହଜାଇ ଦେଉଥିବା ପେସାଦାର ଲୁଟେରା ଓ ଚୋର ସହଜରେ ଜାମିନ ପାଇ ଜେଲରୁ ମୁକୁଳି ଯାଉଛନ୍ତି ଓ ପୁଣି ଅପରାଧରେ ମାତୁଛନ୍ତି। ସେମାନଙ୍କୁ ଦମନ କରିବା ପାଇଁ ନିର୍ଦ୍ଦିଷ୍ଟ କଡ଼ା ଦଫା ଥିଲେ ବି ତଦନ୍ତକାରୀ ଅଧିକାରୀମାନେ ଲଗାଉ ନାହାନ୍ତି। ଫଳରେ କମ୍ ଦିନରେ ସହଜରେ ଜାମିନ ମିଳିଯାଉଛି। ଏଭଳି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଡିସିପି ପ୍ରତୀକ ସିଂହ। ଏ ପ୍ରସଙ୍ଗରେ ସେ ଥାନାଧିକାରୀ ଓ ଚୋରି ମାମଲାର ତଦନ୍ତକାରୀ ଅଧିକାରୀମାନଙ୍କୁ ତାଗିଦ୍ କରିଛନ୍ତି। ଆଗକୁ ଚୋରି, ଲୁଟ୍ ଭଳି ମାମଲାରେ ପେସାଦାର ଅପରାଧୀ ଓ ସେମାନଙ୍କ ଠାରୁ ସାମଗ୍ରୀ କିଣୁଥିବା ପେସାଦାର କ୍ରେତାଙ୍କ ବିରୋଧରେ ଆଇପିସି ଦଫା-୪୧୩ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, କ୍ୟାପିଟାଲ ଥାନା ନିକଟରେ ଏକ ବଡ଼ଧରଣର ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଥିଲା। ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୩ଟି ବାଇକ୍ ଜବତ କରିଥିଲା। ଗତ ଜୁଲାଇ ୩୧ ତାରିଖରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରା ଯାଇଥିଲା। ଏହି ମାମଲାରେ ଚୋରଙ୍କ ଠାରୁ ବାଇକ୍ କିଣିଥିବା ଦୁଇ ଅଭିଯୁକ୍ତ ରମେଶ ପୃଷ୍ଟି ଓ ଚିକୁନ୍ତା ନାୟକ ମଧ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ। ମାତ୍ର ସପ୍ତାହେ ପରେ ଉଭୟ ଅଭିଯୁକ୍ତ ଜାମିନ ପାଇ ଜେଲରୁ ମୁକୁଳିଥିଲେ। ଏହା ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଥିଲା। ଏହି ଘଟଣାକୁ ଗୁରୁତ୍ବର ଭାବେ ନେବା ସହ କାହିଁକି ଆଇପିସି ଦଫା-୪୧୩ ଲଗାଗଲା ନାହିଁ ବୋଲି ଡିସିପି ଶ୍ରୀ ସିଂହ ଉଦ୍‌ବେଗ ପ୍ରକାଶ କରିଥିଲେ। ଖାଲି ଏହି ମାମଲା ନୁହେଁ ଚୋରି, ସିନ୍ଧିଚୋରି, ଲୁଟ୍ ଭଳି ମାମଲାରେ ଗିରଫ ହେଉଥିବା ପେସାଦାର ଅପରାଧୀଙ୍କ ବିରୋଧରେ ମଧ୍ୟ ତଦନ୍ତକାରୀ ଅଧିକାରୀମାନେ କାହିଁକି ଦଫା-୪୧୩ ଲଗାଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଏବେଠାରୁ ଏହି ଦଫାକୁ ପାଳନ କରିବା ପାଇଁ ରାଜଧାନୀର ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି।

ଏ ପ୍ରସଙ୍ଗରେ ଆଇନଜୀବୀ ବନ ମହାନ୍ତି କହିଛନ୍ତି, ଦଫା-୪୧୩ରେ ଆଜୀବନ ଜେଲ୍‌ ସହ ଜରିମାନାର ବ୍ୟବସ୍ଥା ରହିଛି। ପେସାଦାର ଅପରାଧୀଙ୍କ ବିରୋଧରେ ଏହି ଦଫା ଲଗାଯାଇ ପାରିବ। ଏହି ଦଫା ଲାଗିଲେ ଦୌରାଜଜଙ୍କ କୋର୍ଟରୁ ହିଁ ଜାମିନ ମିଳିଥାଏ। ପେସାଦାର ଅପରାଧୀଙ୍କ ବିରୋଧରେ ତଦନ୍ତକାରୀ ଅଧିକାରୀମାନେ ଏହି ଦଫା ଲଗାଇବା କଥା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।