ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଲିଙ୍ଗ ପରିବର୍ତ୍ତନ କରିବେ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ

କୋଲ୍‌କାତା: ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଇ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ‘ସୁଚେତନା’ରୁ ‘ସୁଚେତନ’ ହେବାକୁ ନିଷ୍ପତ୍ତି ନେଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ଏଥିପାଇଁ ଆବଶ୍ୟକ ସମସ୍ତ ସାର୍ଟିଫିକେଟ୍‌ ଦାଖଲ କରିବା ‘ସୁଚେତନା’ ଆଇନଗତ ପରାମର୍ଶ ଗ୍ରହଣ କରିବା ସହିତ ସାନସିକ ରୋଗ ବିଶେଷଜ୍ଞମାନଙ୍କ ସହିତ ଯୋଗାଯୋଗ କରିଛନ୍ତି।

ଅଳ୍ପ ଦିନ ପୂର୍ବେ ‘ଏଲ୍‌ଜିବିଟିକ୍ୟୁ’ କର୍ମଶାଳାରେ ଯୋଗ ଦେଇଥିବା ‘ସୁଚେତନା’ କହିଛନ୍ତି, ସେ ଜଣେ ପୁରୁଷ ବୋଲି ନିଜକୁ ନିଜେ ଚିହ୍ନି ସାରିଛନ୍ତି, ତେଣୁ ଶାରୀରିକ ଭାବେ ପୁରୁଷ ହେବାକୁ ଚାହୁଁଛନ୍ତି।

ଗଣମାଧ୍ୟମକୁ ‘ସୁଚେତନା’ କହିଛନ୍ତି, ପିତାମାତାଙ୍କ ଓ ପରିବାରରୁ ମିଳିଥିବା ମୋର ପରିଚିତି ଗୁରୁତ୍ବପୂର୍ଣ୍ଣ କଥା ନୁହେଁ। ‘ଏଲ୍‌ଜିବିଟିକ୍ୟୁ’ ଆନ୍ଦୋଳନ ପାଇଁ ମୁଁ ଏଭଳି କରିବାକୁ ନିଷ୍ପତ୍ତି ନେଇଛି। ସବୁଦିନେ କିନ୍ନରଭାବେ ମୁଁ ଯେଉଁ ସାମାଜିକ ନିର୍ଯାତନାର ସମ୍ମୁଖୀନ ହେଉଛି, ତାହାର ଅବସାନ ଚାହେଁ।

Image Courtesy of India Today

ମୁଁ ଜଣେ ପ୍ରାପ୍ତ ବୟସ୍କା। ଏବେ ‌ମତେ ୪୧ ବର୍ଷ ହେଲାଣି। ତେଣୁ, ମୋ ଜୀବନ ସହିତ ଜଡ଼ିତ ସମସ୍ତ ନିଷ୍ପତ୍ତି ମୁଁ ନିଜେ ଗ୍ରହଣ କରିପାରିବି। ଦୟାପୂର୍ବକ ମ‌ୋର ପିତାମାତାଙ୍କୁ ଏ ପ୍ରସଙ୍ଗକୁ ଆଣନ୍ତୁନାହିଁ। ମାନସିକ ଭାବେ ଯେ ନିଜକୁ ପୁରୁଷ ମନେକରେ, ସେ ମଧ୍ୟ ଜଣେ ପୁରୁଷ। ଯେମିତି, ମୁଁ ମନେ ମନେ ନିଜକୁ ପୁରୁଷ ବୋଲି ଭାବେ। ଏବେ ମୁଁ ଶାରୀରିକ ଭାବେ ପୁରୁଷ ହବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପିଲାକାଳରୁ ମୋ ସ୍ବଭାବ ବିଷୟରେ ବାପା ଅବଗତ ଥିବାରୁ ମୋର ଏହି ନିଷ୍ପତ୍ତିକୁ ନିଶ୍ଚୟ ସମର୍ଥନ କରିବେ ବୋଲି  ମନେହେଉଛି। ମୁଁ ନିଷ୍ପତ୍ତି ନେଇଛି ମାନେ ସଂର୍ଘଷ କରିବି। ମୋର ସେ ସାହସ ଅଛି। କିଏ କ’ଣ କହିଲେ, ସେଥିରେ ମୋର ଯାଏଆସେ ନାହିଁ। ସବୁ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ପ୍ରସ୍ତୁତ ଅଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ