କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିପାରିବେ ଭକ୍ତ, ଅଧିକ ଭିଡ ହେଲେ ଜାରି ହୋଇପାରେ କଟକଣା

ଭୁବନେଶ୍ବର ୧୧।୩: ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିପାରିବେ ଭକ୍ତ । କରୋନା କଟକଣାରେ ଭକ୍ତଙ୍କୁ ଅନୁମତି ମିଳିଛି । ଅଧିକ ଭିଡ ହେଲେ କଟକଣା ଜାରି ହୋଇପାରେ ବୋଲି ବିଏମସି ଅତିରିକ୍ତ କମିଶନର ଅବନୀ କାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି । ସାମାଜିକ ଦୂରତା ନ ମାନିଲେ ଅନୁମତି ବାତିଲ ହୋଇପାରେ । ମନ୍ଦିର ପରିଦର୍ଶନ ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର । ବର୍ତ୍ତମାନ ଶାନ୍ତି ଶୃଙ୍ଖଳାର ସହ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି ।

ମହାଶିବରାତ୍ରି ଉପଲକ୍ଷେ ହେବାକୁ ଥିବା ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍‌ ଜାରି ହୋଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀଲିଙ୍ଗରାଜଙ୍କ ପୀଠରେ ନୀତିକାନ୍ତି ଅନୁଷ୍ଠିତ ହେଉଛି । ସମସ୍ତ ନୀତିକାନ୍ତି ପରେ ଦିନ ୩ଟା ୪୫ମିନିଟରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ଦର୍ଶନ ମିଳିବ । ପୁନଶ୍ଚ ଛାମୁ ପରିଷ୍କାର ନୀତି ସମ୍ପାଦିତ ହୋଇ ଠାକୁର ବୀରକିଶୋର ବେଶରେ ବିରାଜିତ ହେବେ । ଦ୍ୱିପ୍ରହର ଧୂପ ନୀତି ସମ୍ପନ୍ନ ହେବା ପରେ ଠାକୁର ଠାକୁରାଣୀଙ୍କ ପହୁଡ଼ (ଶୟନ) ନୀତି ସମ୍ପାଦିତ ହେବ । ସନ୍ଧ୍ୟା ୭ଟା ୧୦ମିନିଟରେ ଠାକୁରଙ୍କ ଟେରାଫିଟା କରାଯାଇ ସନ୍ଧ୍ୟା ଆଳତୀ ହେବ । ରାତି ୮ଟା ୧୦ମିନିଟ ସୁଦ୍ଧା ଠାକୁରଙ୍କ ଯାତ୍ରା ନୀତି ସମ୍ପାଦିତ ହୋଇ ଚଳନ୍ତି ପ୍ରତିମାଙ୍କ ବେଢ଼ା ପରିକ୍ରମଣ ନୀତି ବିଧିମତେ ସମ୍ପାଦିତ ହେବ ।

ସନ୍ଧ୍ୟା ଧୂପ ପରେ ବିନ୍ଦୁସାଗରରୁ ୧୦୮ କଳସୀ ତୀର୍ଥଜଳ ଅଣାଯାଇ ଠାକୁରଙ୍କ ନିକଟରେ ଲାଗି ହେବ । ଏହାପରେ ରାତି ୧୦ଟା ବେଳେ ବିଧିମତେ ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାରେ ସ୍ଥାପନ କରିବା ନିଷ୍ପତ୍ତି ହୋଇଛି । ତେବେ ମହାଦୀପ ପରେ ହେବାକୁ ଥିବା ସାହାଣ ମେଲା ଦର୍ଶନକୁ ଚଳିତ ବର୍ଷ କୋଭିଡ୍‌ କଟକଣା ଦୃଷ୍ଟିରୁ ବନ୍ଦ କରାଯାଇଛି । ନିରାପତ୍ତା ଦୃଷ୍ଟିରୁ ମହାଦୀପ ଦର୍ଶନ ପରେ ମନ୍ଦିର ବେଢ଼ା ଖାଲି କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ବିଧି ମୁତାବକ ରାତିରେ ହେବାକୁ ଥିବା ଚାରିପ୍ରହର ପୂଜା ଓ ହରିହର ଭେଟ ନୀତି ଯଥାରୀତି ସମ୍ପନ୍ନ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,