ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଲାହୋର୍‌ ସେନା ଅଧିକାରୀଙ୍କ ଘରୁ ମୟୂର ଚୋରାଇ ନେଲେ ଇମ୍ରାନ୍‌ ଖାଁଙ୍କ ସମର୍ଥକ

ଲାହୋର୍‌: ମଙ୍ଗଳବାର ଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଗିରଫ କରାଯିବା ପରେ ତାଙ୍କର ସମର୍ଥକମାନେ ଲାହୋର୍‌ସ୍ଥିତ ସେନା ଅଧିକାରୀଙ୍କ (କର୍ପସ୍‌ କମାଣ୍ଡର୍‌) ବାସଭବନରେ ପଶି ଭଙ୍ଗାରୁଜା କରିବା ସହିତ କେତୋଟି ମୟୂର ଓ ଅନ୍ୟାନ୍ୟ ଅନେକ ସାମଗ୍ରୀ ଚୋରାଇ ନେଇଛନ୍ତି।

‘ଭଏସ୍‌ ଅଫ୍‌ ଆମେରିକା’ (ଉର୍ଦ୍ଦୁ ) ଟୁଇଟର୍‌ରେ ସେୟାର୍‌ କରିଥିବା ଭିଡିଓରେ ଦେଖାଯାଉଛି, ହାତରେ ମୟୂରଟାଏ ଧରିଥିବା ଜଣେ ବ୍ୟକ୍ତି କହୁଛନ୍ତି ସର୍ବସାଧାରଣଙ୍କ ଅର୍ଥରେ କିଣା ଯାଇଥିବାରୁ ସେ ଏହାକୁ ନେଇଆସିଛନ୍ତି।

ଏହାଛଡ଼ା, ପ୍ରତିବାଦକାରୀମାନେ ତାଙ୍କ ବାସଭବନ ଉପରକୁ ଟେକାପଥର ଫିଙ୍ଗିବା ସହିତ ଭିତରୁ ଜିନିଷପତ୍ର ବାହାରକୁ ଆଣି ସେଗୁଡ଼ିକୁ ପୋଡ଼ି ପକାଇଥିଲେ।

Image Courtesy of Saralnama

ସୂଚନାଯୋଗ୍ୟ, ‘ଅଲ୍‌-କାଦିର୍‌ ଟ୍ରଷ୍ଟ୍‌’ ମାମଲାରେ ଇମ୍ରାନ୍‌ ଖାଁଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିଲା। ଇମ୍ରାନ୍‌ଙ୍କୁ ଗିରଫ କରାଯିବା ପରେ ତାଙ୍କର ବହୁସଂଖ୍ୟକ ସମର୍ଥକ ରାସ୍ତାଘାଟରେ ପ୍ରତିବାଦ ଆରମ୍ଭ କରିବାରୁ ସମଗ୍ର ଦେଶର ୧୪୪ ଧାରା ଜାରି କରାଯାଇଛି। ପ୍ରତିବାଦକାରୀମାନେ ଲାହୋର୍‌ କ୍ୟାଣ୍ଟନ୍‌ମେଣ୍ଟ୍‌ସ୍ଥିତ ‘କର୍ପସ୍‌ କମାଣ୍ଡର୍ସ’ଙ୍କ ବାସଭବନ ଏବଂ ରାୱଲପିଣ୍ଡିସ୍ଥିତ ସେନା ମୁଖ୍ୟାଳୟ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିଥିଲେ।

କେତେକ ଉତ୍ତ୍ୟକ୍ତ ପ୍ରତିବାଦକାରୀ ‘କର୍ପସ୍‌ କମାଣ୍ଡର୍ସ’ଙ୍କ ବାସଭବନ ବାହାରେ ଥିବା ନିରାପତ୍ତା କର୍ମୀଙ୍କୁ ଧମକ ଦେଇ କହିଥିଲେ, ଇମ୍ରାନ୍‌ ଖାଁଙ୍କୁ ହଇରାଣ ନ କରିବାକୁ କହିଥିଲୁ।

ତାଙ୍କୁ ମୁକ୍ତ କରାଯିବା ଦାବି କରି ରାସ୍ତାଘାଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମର୍ଥକମାନଙ୍କର ଭିଡିଓ ମଧ୍ୟ ଇମ୍ରାନ୍‌ଙ୍କ ଦଳର ଟୁଇଟର୍‌ ହ୍ୟାଣ୍ଡଲ୍‌ରେ ସେୟାର୍‌ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ