କଳା ଓ ସଂସ୍କୃତି

ଲାଲ କିଲ୍ଲା ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ବନ୍ଦ: ସୁରକ୍ଷା ଦୃଷ୍ଟିରୁ ଜାମା ମସଜିଦ ମେଟ୍ରୋ ଷ୍ଟେସନରେ ପ୍ରସ୍ଥାନକୁ ଅନୁମତି, ପ୍ରବେଶ ନିଷେଧ

ନୂଆଦିଲ୍ଲୀ ୨୮/୦୧ : ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଉପଦ୍ରବ ପରେ ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତି ଧୀରେ ଧୀରେ ସାମାନ୍ୟ ହେବାକୁ ଲାଗିଛି। ହିଂସା ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ କିଛି ମେଟ୍ରୋ ଷ୍ଟେସନ ବନ୍ଦ କରିଦିଆଯାଇଥିଲା। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ଗୁରୁବାର ଦିନ ମେଟ୍ରୋ ସେବା ସମ୍ବନ୍ଧରେ ନୂଆ ଅପଡେଟ ଜାରି କରିଛନ୍ତି। ନୂଆ ଅପଡେଟ୍ ଅନୁସାରେ, ଲାଲ କିଲ୍ଲା ମେଟ୍ରୋ ଷ୍ଟେସନ ଯାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ଷ୍ଟେସନରେ ଯାତ୍ରୀ ନା ପ୍ରବେଶ କରିପାରିବେ ନା ବାହାରକୁ ଯାଇପାରିବେ। ଜାମା ମସଜିଦ ମେଟ୍ରୋ ଷ୍ଟେସନରେ ମଧ୍ୟ ଯାତ୍ରୀଙ୍କ ପ୍ରବେଶ ନିଷେଧ କରାଯାଇଛି। ଯାହାଫଳରେ ସକାଳୁ ସକାଳୁ ଅଫିସ ଯାଉଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।

କୃଷକଙ୍କ ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ଗଣତନ୍ତ୍ର ଦିବସ ଅବସରରେ ଅନେକ ଷ୍ଟେସନକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରଖାଯାଇଥିଲା। ୨୬ ତାରିଖରେ ହିଂସା କାରଣରୁ ଯେଉଁସବୁ ଷ୍ଟେସନରେ ଅଧିକ ସଂଖ୍ୟାରେ ପ୍ରଦର୍ଶନକାରୀ ଥିଲେ ସେହି ସବୁ ମେଟ୍ରୋ ଷ୍ଟେସନ ବନ୍ଦ ରଖାଯାଇଥିଲା। ଅଥବା ଯେଉଁସବୁ ଷ୍ଟେସନରୁ ପ୍ରଦର୍ଶନକାରୀଙ୍କ ପ୍ରବେଶ ନେଇ ଆଶଙ୍କା ଥିଲା ସେସବୁ ଷ୍ଟେସନ ବନ୍ଦ ରଖାଯାଇଥିଲା। ଏହାର ପ୍ରଭାବ ୨୭ ତାରିଖରେ ମଧ୍ୟ ଦେଖିବାକୁ ମିଳିଥିଲା। ଗୁରୁବାର ଦିନ ମଧ୍ୟ କିଛି ମେଟ୍ରୋ ଷ୍ଟେସନକୁ ପ୍ରବେଶ ବନ୍ଦ ରଖାଯାଇଛି।

କୃଷକଙ୍କ ବିରୋଧ ପ୍ରଦର୍ଶନ ସମୟରେ ହୋଇଥିବା ହିଂସା ଯୋଗୁଁ ଦିଲ୍ଲୀରେ ଜନଜୀବନ ଧୀରେ ଧୀରେ ସାମାନ୍ୟ ହେବାରେ ଲାଗିଛି। ସ୍ଥାନୀୟ ପ୍ରଶାସନ ମଧ୍ୟ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି।

ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ହିଂସକ ରୂପ ନେଇଥିଲା। ଅନେକ ଜାଗାରେ ଭଙ୍ଗାରୁଜା ହୋଇଥିଲା। କୃଷକ ଓ ପୋଲିସ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। କୃଷକଙ୍କ ହମଲାରେ ଅନେକ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଉଗ୍ର କୃଷକଙ୍କ ଏକ ଗୋଷ୍ଠୀ ଲାଲ କିଲ୍ଲାରେ ପଶି ସେଠାରେ ଭଙ୍ଗାରୁଜା କରିବା ସହ ସେଠାରେ ନିଜର ଧାର୍ମିକ ଧ୍ବଜା ଲଗାଇଥିଲେ। ଲାଲ କିଲ୍ଲା ହିଂସା ପ୍ରଦର୍ଶନ କେନ୍ଦ୍ର ପାଲଟି ଯାଇଥିଲା। କୃଷକଙ୍କ ଏହି ଉଗ୍ର ରୂପକୁ ସାରା ଦେଶରେ ନିନ୍ଦା କରାଯାଇଛି। ସେଥିପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲାଲ କିଲ୍ଲା ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,