ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ । ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅମୀର ଫିଲ୍ମକୁ ଜୋରଦାର ପ୍ରମୋଟ୍ କରୁଛନ୍ତି। ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ ପାଇଁ ପ୍ରସ୍ତୁତ। ଏହି ଫିଲ୍ମ ୧୧ ଅଗଷ୍ଟରେ ପ୍ରେକ୍ଷାଳୟକୁ ଆସୁଛି । ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ ମଧ୍ୟ ସେହି ଦିନ ରିଲିଜ୍ ହେଉଛି। ତେବେ ଗୋଟିଏ ଦିନରେ ବକ୍ସ ଅଫିସରେ ଦୁଇଟି ଫିଲ୍ମ ମଧ୍ୟରେ ଟକ୍କର ହେବାକୁ ଯାଉଛି। ତେବେ ଅମୀର ଖାନଙ୍କ ଏହି ଫିଲ୍ମ ପୂର୍ବରୁ ‘କେଜିଏଫ-୨’କୁ ସାମ୍ନା କରିଥାନ୍ତା। ‘ଲାଲ ସିଂ ଚଢା’ ୧୪ ଏପ୍ରିଲରେ ରିଲିଜ୍ ହେବାର ଥିଲା କିନ୍ତୁ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ କାର୍ଯ୍ୟରେ ବିଳମ୍ବ ହେତୁ ଏହା ହୋଇପାରି ନଥିଲା । ଏନେଇ ଅମୀର କହିଛନ୍ତି ଯେ ଯଦି ତାଙ୍କ ଫିଲ୍ମରେ ‘କେଜିଏଫ୍ ୨’ ସହିତ ରିଲିଜ୍ ହେବା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।
‘ଲାଲ ସିଂ ଚଢା’ର ତେଲୁଗୁ ଟ୍ରେଲର ଲଞ୍ଚ ଇଭେଣ୍ଟରେ ଅମୀର ‘କେଜିଏଫ୍ ୨’କୁ ନେଇ ମୁହଁ ଖୋଲିଥିଲେ । କହିଥିଲେ କି ଭଲ ହୋଇଛି ଉଭୟ ଫିଲ୍ମ ଏକାଠି ରିଲିଜ୍ ହୋଇ ନାହିଁ। ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ କାମରେ ବିଳମ୍ବ ଏସବୁ ଘଟିଲା। ଯଦି ଏହା ଏହା କାମ ହୋଇ ନଥାନ୍ତା ତେବେ ‘କେଜିଏଫ୍-୨’ ସହିତ ସଂଘର୍ଷ କରିଥାନ୍ତା। କାହିଁକି ନା ‘କେଜିଏଫ୍ ୨’ ଲୋକଙ୍କ ମଧ୍ୟରେ ଏତେ କ୍ରେଜ୍ ବଢାଇଥିଲା ଯେ ଆମ ଫିଲ୍ମ ଫ୍ଲପ୍ ହୋଇଥାନ୍ତା।
ଏହା ବ୍ୟତୀତ ଅମୀର ଆହୁରି କହିଛନ୍ତି ଯେ ଯେତେବେଳେ ‘କେଜିଏଫ୍ ୨’ ରିଲିଜ୍ ହେବାକୁ ଯାଉଥିଲା, ସେତେବେଳେ ମୋର ମନେ ଅଛି, ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଥିଲା। ସେହି ଦିନ ‘ଲାଲ ସିଂ ଚଢା’ ରିଲିଜ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସୌଭାଗ୍ୟବଶତ VFX କାମ କାରଣରୁ ହୋଇ ପାରି ନଥିଲା।

