ମନୋରଞ୍ଜନ

ଲସ୍‌ ଏଞ୍ଜେଲ୍‌ସରୁ ମଲ୍ଲିକା

ଦ ମର୍ଡର ଗାର୍ଲ ମଲ୍ଲିକା ୨୦୦୩ରେ ‘ଖ୍ବାହିସ୍’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ପରେ ପ୍ୟାର୍‌ କେ ସାଇଡ୍ ଇଫେକ୍ଟସ୍‌, ଡର୍‌ନା ଜରୁରୀ ହୈ, ମର୍ଡର, ଆପ୍ କା ସୁରୁର୍, ୱେଲକମ୍, ଡାର୍ଟି ପଲିଟିକ୍‌ସ, ଡବଲ୍‌ ଧମାଲ୍‌, ୱ ସବକି ଫତେଗୀ ଆଦିରେ ଅଭିନୟ କରିଥିଲେ। ଜ୍ୟାକି ଚାନ୍ ଓ ଉଇଲିଅମ୍ ଡିୟର୍ସଙ୍କ ସହ ହଲିଉଡ୍ ମୁଭି ‘ପଲିଟିକ୍ସ ଅଫ ଲଭ୍’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି। କାନ୍ ଫିଲ୍ମ ଫେଷ୍ଟାଭାଲର ରାଣୀ ମଲ୍ଲିକା ଏବେ ୱେବ୍‌ସିରିଜ ‘ୱ ସବକି ଫତେଗୀ’ରେ ଦେଖିବାକୁ ମିଳିଛନ୍ତି। ଡାର୍ଟି ପଲିଟିକ୍ସରେ ଥିବା ‘ଘାଗରା’, ଗୁରୁରେ ଥିବା ‘ମାୟା ମାୟା’, ଡବଲ୍ ଧମାଲରେ ଥିବା ‘ଜଲେବି ବାଈ’, ତେଜ୍‌ରେ ଥିବା ‘ଲୈଲା’ ଓ ବିନ୍‌ ବୁଲାୟେ ବାରାତିରେ ଥିବା ‘ଶାଲୁ କେ ଠୁମ୍‌କେ’ ଆଇଟମ୍ ସଙ୍ଗର ଆଇଟମ୍ ନମ୍ବରୀ ମଲ୍ଲିକା ଆଜିକାଲି ବିଦେଶରେ ରହୁଛନ୍ତି।

ବେଶ୍ କିଛିଦିନ ହେବ ବଲିଉଡ୍‌ର ସେକ୍ସିଗାର୍ଲ ମଲ୍ଲିକା ସେରାୱତଙ୍କ ବିଷୟରେ କିଛି ଚର୍ଚ୍ଚା ନାହିଁ। ଏବେ ସେ ତାଙ୍କ ଲସ୍ ଏଞ୍ଜେଲ୍‌ସ ବାସଭବନର କ୍ୟାମ୍ପସ୍ ଭିତରେ ଥିବା ଉଦ୍ୟାନ ଓ ସୁଇମିଙ୍ଗ୍ ପୁଲ ଭିତରେ ନିଜ ଖୁସିର ମୁହୂର୍ତ୍ତ ଅତିବାହିତ କରୁଥିବାର କିଛି ଫଟୋ ଓ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ