ଖେଳ ଦେଶ ବିଦେଶ

ଲସିଥ ମାଲିଙ୍ଗାଙ୍କୁ ମିଳିଲା ଗୁରୁ ଦାୟିତ୍ୱ : ଅଷ୍ଟ୍ରେଲିଆକୁ ମାତ୍ ଦେବା ପାଇଁ ଶ୍ରୀଲଙ୍କା ବୋର୍ଡର ବଡ ରଣନୀତି

ନୂଆଦିଲ୍ଲୀ ୦୩/୦୬: ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି । ଏଠାରେ ଉଭୟ ଟିମ୍ ମଧ୍ୟରେ ତିନୋଟି ଟି୨୦ ଓ ୫ଟି ଦିନିକିଆ ଖେଳିବେ । ଏହାପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏକ ରଣନୀତି ପ୍ରସ୍ତୁତ କରିଛି ।

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଅଷ୍ଟ୍ରେଲିଆକୁ ମାତ୍ ଦେବା ପାଇଁ ପୂର୍ବତନ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କୁ ବଡ ଦାୟିତ୍ୱ ପ୍ରଦାନ କରିଛି । ମାଲିଙ୍ଗାଙ୍କୁ ବୋର୍ଡ ବୋଲିଂ ଷ୍ଟ୍ରାଟେଜି କୋଚ୍ ନିଯୁକ୍ତ କରାଯାଇଛି ।

ବୋର୍ଡ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ, ପୂର୍ବତନ ଦ୍ରୁତ ବୋଲର ଓ ପୂର୍ବତନ ଟି୨୦ ଅଧିନାୟକ ଲସିଥ ମାଲିଙ୍ଗାଙ୍କୁ ବୋଲିଂ ଷ୍ଟ୍ରାଟେଜୀ କୋଚ୍ ନିଯୁକ୍ତ କରାଯାଇଛି । ଏଥିପାଇଁ ତାଙ୍କୁ ଶୁଭକାମନା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ତାଙ୍କୁ ଏହି ଦାୟିତ୍ୱ ମିଳିଛି ।

ଆହୁରି ମଧ୍ୟ ଶ୍ରୀଲଙ୍କା ବୋର୍ଡ କହିଛି ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କାକୁ ମାଲିଙ୍ଗାଙ୍କ ପାଇଁ ଅନେକ ଫାଇଦା ମିଳିବ । ବୋଲରଙ୍କୁ ଟେକନିକ୍ କ୍ଷେତ୍ରରେ ଅନେକ ସମର୍ଥନ ମିଳିବ । ରଣନୀତି ପ୍ରସ୍ତୁତ କରିବାରେ ସହଜ ହେବ । ମାଲିଙ୍ଗା ଡେଥ୍ ଓଭରରେ ଭଲ ବୋଲିଂ କରୁଥିଲେ । ତାଙ୍କର ଏହି ଅନୁଭବ ଦଳକୁ ସହାୟକ ହେବ । ଏହାପୂର୍ବରୁ ମଧ୍ୟ ମାଲିଙ୍ଗା ଶ୍ରୀଲଙ୍କାଙ୍କ ଅଷ୍ଟ୍ରେଲିଆ ଗସ୍ତରେ ଏହି ଭୂମିକା ତୁଲାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ