ଲମତାପୁଟ ୧୬/୦୯: ପାର୍ବଣ ଋତୁ ଆରମ୍ଭ ଦେଖି ଗଞ୍ଜେଇ ମାଫିଆ ସକ୍ରିୟ । ବାହାର ରାଜ୍ୟରୁ ଛୁଟି ଆସୁଛନ୍ତି ଗଞ୍ଜେଇ ମାଫିଆ । ପୁଣି ଲମତାପୁଟ ପୋଲିସକୁ ବଡ ସଫଳତା । ବିଶେଷ ସୂତ୍ର ରୁ ଖବର ପାଇ ନନ୍ଦପୁର SDPO ଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ବଡକିଚୋବ ନଦୀ ଘାଟରୁ କାର ସହ ବିପୁଳ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ।
ଏହି ଗଞ୍ଜେଇ ଆନ୍ଧ୍ର ସୀମାନ୍ତବର୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ନଦୀ ପାର କରି ବଡକିଚବ ଘାଟରେ ଉତ୍ତର ପ୍ରଦେଶରୁ ଆସୁଥିଲା । ପୋଲିସ ଘାଟରେ ପହଞ୍ଚିବା ପୂର୍ବରୁ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଥିଲା । ପୋଲିସକୁ ଦେଖି କାର ଛାଡ଼ି ଚମ୍ପଟ୍ ମାରିଥିଲେ ମାଫିଆ । କାରରୁ ୯ଟି ବସ୍ତାରେ ୨୧୯କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ୨୨ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
ମାଛକୁଣ୍ଡ ପୋଲିସ ଚଳିତ ବର୍ଷ ଜାନୁବାରୀ ମାସ ଠାରୁ ଆଜି ପର୍ଯ୍ୟନ୍ତ ୨୧ ଟି ଗଞ୍ଜେଇ ଚୋରା ଚାଲଣ ମାମଲା ରୁଜୁ କରିଥିବା ବେଳେ ୪୦ ଜଣ ଙ୍କୁ ଗିରଫ କରିଛି । ଏବଂ ୧୧ ଟନ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ୍ କରିଛି । ଚୋରା ଚାଲଣରେ ବ୍ୟବହାର ହୋଇଥିବା ୧୫ ଗାଡ଼ି ମଧ୍ୟ ଜବତ୍ କରିଛି ମାଛକୁଣ୍ଡ ପୋଲିସ ।