ଅପରାଧ ଦେଶ ବିଦେଶ

ଲଦାଖରେ ନଦୀକୁ ଖସିଲା ସେନା ବସ୍‌; ୭ ଯବାନ ମୃତ, ୧୯ ଆହତ

ଲଦାଖ : ଲଦାଖର ତୁରତୁକ୍‌ ସେକ୍ଟରରେ ଶୁକ୍ରବାର ଦିନ ସେନାର ଏକ ବସ୍‌ ନିୟନ୍ତ୍ରଣ ହରାଇ ନଦୀକୁ ଖସି ପଡ଼ିବାରୁ ୭ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ୨୬ ସୈନିକଙ୍କୁ ଧରି ସେନାର ଏକ ବସ୍‌ ପରତାପୁର ଟ୍ରାନ୍‌ଜିଟ୍‌ କ୍ୟାମ୍ପ୍‌ରୁ ହାନିଫ୍‌ ସବ୍‌ସେକ୍ଟରର ଆଗୁଆ ଘାଟିକୁ ଯାଉଥିବା ବେଳେ ବାଟରେ ଶ୍ୟୋକ ନଦୀକୁ ଖସି ପଡ଼ିଥିଲା। ୫୦-୬୦ ଫୁଟ୍‌ ଗଭୀରକୁ ଖସିବା ପରେ ବସ୍‌ଟି ଚୁରମାର ହୋଇଯାଇଛି। ତୁରନ୍ତ ସେନାର ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିବା ‌ବେଳେ ସମସ୍ତ ୨୬ ସୈନିକଙ୍କୁ ଉଦ୍ଧାର କରି ସେନା ଫିଲ୍ଡ ହସ୍ପିଟାଲ୍‌ ପଠାଯାଇଥିଲା। ସେଠାରେ ୭ ଯବାନଙ୍କ ମୃତ୍ୟୁ ହୋଇଛି। ଅନ୍ୟମା‌ନେ ଚିକିତ୍ସାଧୀନ ଅଛନ୍ତି।

ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି। ଶୁକ୍ରବାର ଭୋର ୯ଟା ସମୟରେ ତୁରତୁକ ସେକ୍ଟରରେ ଏହି ଦୁର୍ଘଟଣା ହୋଇଛି। ‌ଲେହ ଜିଲ୍ଲାର ନୁବ୍ରା ଅଞ୍ଚଳଠାରୁ ଏହା ୨୫ କିମି ଦୂର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ମୋଦୀ ସମବେଦନା ଜଣାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ