ଦେଶ ବିଦେଶ ମନୋରଞ୍ଜନ

ଲତା ମଙ୍ଗେସ୍‌କର୍‌ଙ୍କ ବିୟୋଗରେ ୨ ଦିନ ରାଷ୍ଟ୍ରୀୟ ଶୋକ, ମୁମ୍ବାଇର ଶିବାଜୀ ପାର୍କ ଶ୍ମଶାନରେ ଶେଷକୃତ୍ୟ

ନୂଆଦିଲ୍ଲୀ: ମହାନ୍‌ ଗାୟିକା ଲତା ମଙ୍ଗେସ୍‌କର୍‌ଙ୍କ ସ୍ମୃତିରେ ୨ ଦିନ ଜାତୀୟ ଶୋକ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ଆଜି ସକାଳ ୮.୧୨ରେ ମୁମ୍ବାଇସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ୯୨ ବର୍ଷୀୟ ଲତାଙ୍କର ଦେହାନ୍ତ ହୋଇଯାଇଛି। ସରକାରୀ ସୂତ୍ରରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି, ଲତା ମଙ୍ଗେସ୍କର୍‌ଙ୍କ ସ୍ମୃତିରେ ୨ ଦିନ ଜାତୀୟ ଶୋକ ପାଳନ କରାଯିବ। ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନପୂର୍ବକ ଦୁଇ ଦିନ ଜାତୀୟ ପତାକାକୁ ଅର୍ଦ୍ଧ-ନମିତ ହୋଇ ରହିବ।

ସର୍ବସାଧାରଣଙ୍କ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ଲତାଙ୍କ ମରଶରୀରକୁ ଅପରାହ୍ଣ ୧୨.୩୦ରେ ପେଦ୍ଦାର୍‌ ରୋଡ୍‌ସ୍ଥିତ ତାଙ୍କ ଘରକୁ ନିଆଯିବ। ପରେ ଆଜି ୬.୩୦ରେ ମୁମ୍ବାଇର ଶିବାଜୀ ପାର୍କସ୍ଥିତ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି।

ସୂଚନାଯୋଗ୍ୟଏ କୋଭିଡ୍‌-୧୯ ପଜିଟିଭ୍‌ ବାହାରିବା ପରେ ଜାନୁଆରି ୮ ତାରିଖ ଦିନ ଲତା ମଙ୍ଗେସ୍କର୍‌ଙ୍କୁ ମୁମ୍ବାଇସ୍ଥିତ ବିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି ‌ହୋଇଥିଲେ। ଗତ ଦୁଇ ସପ୍ତାହରୁ ଅଧିକ କାଳ ଧରି ସେ ‘ଆଇସିୟୁ’ରେ ଥିଲେ। ନିକଟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବା ପରେ ପୁଣି ସଙ୍କଟାପନ୍ନ ହୋଇଯାଇଥିଲା

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ