ଖେଳ

ଡବ୍ଲୁଟିସି ଫାଇନାଲ୍‌ ପୂର୍ବରୁ ପିତୃତ୍ବ କର୍ତ୍ତବ୍ୟରେ ପୂଜାରା

ଲଣ୍ଡନ: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ବର ପୂଜାରା ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଲାଗି ପରିବାର ସହ ଇଂଲଣ୍ଡ‌ ଗସ୍ତରେ ଥିଲା ବେଳେ ସଂପ୍ରତି ସାଉଥାମ୍ପଟନ୍‌ରେ ବାଧ୍ୟତାମୂଳକ ସଂଗରୋଧରେ ରହିଛନ୍ତି। ମଙ୍ଗଳବାର ଏହି ଭାରତୀୟ ଟେଷ୍ଟ୍‌ ଅଭିଜ୍ଞ ଝିଅ ଅଦିତିଙ୍କ ସହ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ଛାଡ଼ିଛନ୍ତି। ଯେଉଁଥିରେ ବାପ-ଝିଅ ଯୋଡ଼ି ଆର୍ଟ ବୁକ୍‌ରେ ଚିତ୍ର ଆଙ୍କୁଥିବାର ଦେଖାଯାଇଛନ୍ତି। ଏହି ଫଟୋର ଶିରୋନାମାରେ ପୂଜାରା ଲେଖିଛନ୍ତି ‘‘ସଂଗରୋଧ ବେଳେ ପିତୃତ୍ବ କର୍ତ୍ତବ୍ୟ’’। ଏହା ସହ ‘ବାପାଙ୍କ ଝିଅ’ ଏବଂ ‘ମୂଲ୍ୟବାନ’ ଦୁଇଟି ହାସ୍‌ଟ୍ୟାଗ୍‌ ରଖିଛନ୍ତି। ‌

ପୂଜାରା ୨୧୨ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିବା ପରେ ଜାତୀୟ ଟେଷ୍ଟ୍‌ ଦଳରେ ସ୍ଥାନ ପାଇଥିଲେ। ସେ ୮୫ ଟେଷ୍ଟ୍‌ ମ୍ୟାଚ୍‌ ଖେଳି ୪୬.୫୯ ହାରରେ ୬୨୪୪ ରନ୍‌ କରିଛନ୍ତି। ଏଥିରେ ୧୮ ଶତକ ଏବଂ ୨୯ ଅର୍ଦ୍ଧଶତକ ରହିଛି। ତାଙ୍କ ସର୍ବୋଚ୍ଚ ସ୍କୋର୍‌ ହେଉଛି ଅପରାଜିତ ୨୦୬ ରନ୍‌।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ