ଦେଶ ବିଦେଶ ମନୋରଞ୍ଜନ

ଲଣ୍ଡନରେ ଦୀପାବଳି ପାଳିଲେ ପ୍ରିୟଙ୍କା ଓ ନିକ୍

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ସ୍ବାମୀ ନିକ୍ ଜୋନ୍ସ ଏଥର ଲଣ୍ଡନରେ ଦୀପାବଳି ପାଳନ କରିଛନ୍ତି। ଏ ସଂପର୍କରେ ପ୍ରିୟଙ୍କା ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ଏକ ଫଟୋ ସେୟାର କରିବା ସହ ପ୍ରଶଂସକଙ୍କୁ ଦୀପାବଳିର ଅଭିନନ୍ଦନ ବାର୍ତା ଦେଇଛନ୍ତି। ଫଟୋରେ ପ୍ରିୟଙ୍କା ଶାଢ଼ି ସହିତ କାନଫୁଲ, ଚୁଡ଼ି ପିନ୍ଧି ହାତରେ ଦୀପ ଧରି ନିକ୍‌ଙ୍କ ସହ ଛିଡ଼ା ହୋଇଛନ୍ତି। ନିକ୍ ଏକ କଳା ଟିସାର୍ଟ ପିନ୍ଧିଥିବା ନଜରରେ ଆସିଛନ୍ତି। ଉଭୟଙ୍କ ଡ୍ରେସ୍‌-ଅପ ତାଙ୍କ ଇନ୍‌ଷ୍ଟା ଫଲୋଅର୍ସଙ୍କୁ ଖୁବ୍ ପସନ୍ଦ ଆସିଥିବା ଫଟୋରେ କମେଣ୍ଟ ଆସିଛି। ତେବେ ଚଳିତ ବର୍ଷ ଡିସେମ୍ବରକୁ ନିକ୍ ଓ ପ୍ରିୟଙ୍କାଙ୍କ ବିବାହକୁ ୨ବର୍ଷ ପୂରିବ। ଆଗାମୀ ଦିନରେ ପ୍ରିୟଙ୍କା ହଲିଉଡ୍ ଫିଲ୍ମର ମେଟ୍ରିକ୍ସ-୪‌‌‌‌‌‌ରେ ନଜର ଆସିବ‌େ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ