ଅପରାଧ ରାଜ୍ୟ

ଲଜ୍‌ ରୁମ୍‌ରେ ଯୁବତୀଙ୍କ ଆତ୍ମହତ୍ୟା, ପୋଲିସ୍‌ର ଛାନ୍‌ଭିନ୍‌

ପୁରୀ, ୧୧/୦୯: ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା। ପୁରୀ ବଡ଼ଶଙ୍ଖ ସ୍ଥିତ ଏଚ୍ ଆର ଲଜରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛାତ୍ରୀ ଜଣକ ନିଜ ହାତ କାଟି ଦେବା ସହ ବେକରେ ଓଢ଼ଣୀ ଲଗାଇ ପଙ୍ଖାରେ ଝୁଲି ପଡିଛନ୍ତି। ଆତ୍ମହତ୍ୟା କରିଥିବା ଯୁବତୀ ହେଲେ ଭୁବନେଶ୍ୱର ଗଙ୍ଗ ନଗର ଅଞ୍ଚଳର କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ୍ ମହାନ୍ତି।‌ ତେବେ ଲଜ୍ ପକ୍ଷରୁ ଥାନାରେ ଅଭିଯୋଗ ପରେ କୁମ୍ଭାରପଡ଼ା ପୋଲିସ୍, ମାଜିଷ୍ଟ୍ରେଟ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛନ୍ତି।

ଗତକାଲି ପାୟଲ ପରିବାର ଲୋକଙ୍କୁ କିଛି ନକହି ପୁରୀ ଆସିଥିଲେ । ବଡ଼ଶଙ୍ଖ ପାଖରେ ଥିବା ଏଚ୍ ଆର୍ ଲଜରେ ୫୦୦ ଟଙ୍କା ଦେଇ ରୁମ୍ ନେଇଥିଲେ। ସେପଟେ ପାଏଲଙ୍କ ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିବା ପରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ଖବର ପାଇ ପରିବାର ଲୋକେ ପୁରୀ ଆସିଥିଲେ। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ପାୟଲ୍ ଏକ ଚିଠି ଲେଖିଥିଲେ। ସେଥିରେ ତାଙ୍କ ପରିବାରର ବାପା, ମା, ଭାଇ, ଭଉଣୀ ସମସ୍ତେ ଭଲ ଲୋକ ଲେଖିଥିବା ବେଳେ ଆତ୍ମହତ୍ୟାର କାରଣ କିନ୍ତୁ କିଛି ଲେଖିନଥିଲେ। ସେପଟେ ପାୟଲ ଗତକାଲି ଏକୁଟିଆ ଆସି ଲଜରେ ରୁମ୍ ଭଡା ନେଇ ରହିଥିବା ବେଳେ କେଉଁ କାରଣରୁ ଏଭଳି ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପରିବାର ଲୋକେ କହିଛନ୍ତି ।‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।