ଅପରାଧ ରାଜ୍ୟ

ଲଜ୍ ଉପରେ ପୋଲିସର ଚଢାଉ, ବିପୁଳ ପରିମାଣର ଟଙ୍କା ସହ ୭ ଗିରଫ

କଣ୍ଟାବାଞ୍ଜି ୧୬/୦୯: ପାର୍ବଣ ଆରମ୍ଭରୁ ପୋଲିସକୁ ସଫଳତା । ଲଜରୁ ମିଳିଲା ୬୦ ଲକ୍ଷରୁ ଅଧିକ ଟଙ୍କା । କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୋଲିସ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି ପୋଲିସ । ବିଳମ୍ବିତ ରାତି କଣ୍ଟାବାଞ୍ଜି ପୋଲିସ ସହରର ଏକ ଲଜ ରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୭ ରାଜ୍ୟ ବାହାର ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଜବତ ହୋଇଛି ।

କଣ୍ଟାବାଞ୍ଜି ପୋଲିସ ଏସ୍ଡିପିଓ ହୃଷିକେଶ ମେହେର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲଜ ରେ ଚଢ଼ାଉ କରିଥିବା ବେଳେ ସେମାନେ ଜୁଆ ଖେଳୁଥିଲେ ଏବଂ ତାଙ୍କ ପାଖରୁ ତାସ୍ ମଧ୍ୟ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି । କଣ୍ଟାବାଞ୍ଜି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

ଗିରଫ ବ୍ୟକ୍ତିମାନେ ଇଟାଭାଟି ମାଲିକ ବୋଲି ଜଣାପଡିଛି । ସେମାନେ ଦାଦନ ସର୍ଦାର ମାନଙ୍କୁ ଟଙ୍କା ଦେବାକୁ ଆସିଥିବା ପୋଲିସର ସୂଚନା । ତେବେ ଏହି ଲିଙ୍କ୍‌ରେ ଆଉ କିଏ ସାମିଲ ଅଛନ୍ତି ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।