ରାଜ୍ୟ ସ୍ପେଶାଲ ରିପୋର୍ଟ

ଲଘୁ ଖଣିଜ୍ ଲୁଟ୍ ଅଣାୟତ୍ତ: ଚୋରା ପଥର ଓ ବାଲି ବେପାରୀଙ୍କ ଚରାଭୂଇଁ ପାଲଟିଛି ଯାଜପୁର

ଯାଜପୁର/ଚଢ଼େଇଧରା : ଲଘୁ ଖଣିଜ ସମ୍ପଦ ନଦୀର ବାଲି ଓ ପାହାଡ଼ର କଳାପଥର, ମୋରମ, ମାଙ୍କଡ଼ା ପଥର ପ୍ରଭୃତିକୁ ନେଇ ପୂର୍ବ ଉପକୂଳ ଯାଜପୁର ଜିଲ୍ଲା ବେଶ୍‌ ସମୃଦ୍ଧ। ଏହି ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ବ୍ୟବହାରକୁ ସୁନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ନିଃସହାୟ ହୋଇପଡ଼ିଛି। ନଦୀଗୁଡ଼ିକର ବାଲିଘାଟ ଚୋରା ବାଲି ବେପାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି। ସେହିପରି ପାହାଡ଼ପର୍ବତର କଳାପଥର(ଗ୍ରାନାଇଟ୍)‌, ମାଙ୍କଡ଼ା ଓ ମୋରମର ଅନିୟନ୍ତ୍ରିତ ଖନନ ପରିବେଶକୁ ଧ୍ବଂସମୁଖକୁ ଠେଲି ଦେଇଛି।

Cue Mines Limited

ଜିଲ୍ଲାର ୧୦ଟି ତହସିଲ ମଧ୍ୟରୁ କେବଳ ଧର୍ମଶାଳା ତହସିଲର କଳାପଥର କେଳେଙ୍କାରୀକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସମଗ୍ର ଜିଲ୍ଲା ପ୍ରଶାସନ ବିଫଳ ହୋଇଛି। ପ୍ରଶାସକ ଓ ପଥର ବେପାରୀଙ୍କ ମଧ୍ୟରେ ଲୁଚକାଳି ଚାଲିଛି। ନିୟମିତ ବ୍ୟବଧାନରେ କେବଳ ଗୋଟିଏ ପରେ ଗୋଟିଏ ନୋଟିସ ଜାରି ହେଉଛି। କାର୍ଯ୍ୟାନୁଷ୍ଠାନ ଶୂନ। ଧର୍ମଶାଳା ତହସିଲରେ ଶତାଧିକ କଳାପଥର ଖାଦାନ ଥିବାବେଳେ ସେଥି ମଧ୍ୟରୁ ସରକାରୀ ଭାବେ ୮୫ଟି ଚିହ୍ନଟ ହୋଇଛି। ସେଥିରୁ ଅଧାରୁ କମ୍ ୩ ୭ଟି ସୈରାତ ଲିଜ ରହିଥିବା ବେଳେ ବିଭିନ୍ନ କାରଣରୁ ୧୫ଟିକୁ କାଗଜପତ୍ରରେ ବନ୍ଦ କରାଯାଇଛି। ୨୨ଟି ‌ସୈରାତ ଚାଲୁଛି। ବାସ୍ତବ କ୍ଷେତ୍ରରେ ଶତାଧିକ ସୈରାତ ଲୁଚାଛପାରେ ଚାଲିଛି। ଦୈନିକ ଲକ୍ଷଲକ୍ଷ ଟନ୍‌ କଳାପଥର ଚୋରାଚାଲାଣ ହେଉଛି। ଏହି ଚୋରା କାରବାର ମୁଖ୍ୟତଃ ଜେନାପୁର ଓ ଧର୍ମଶାଳା ଥାନା ପୁଲିସ, ଚଣ୍ଡିଖୋଲ ଆର୍‌ଟିଓ କାର୍ଯ୍ୟାଳୟ, ଧର୍ମଶାଳା ତହସିଲର କେତେକ କର୍ମଚାରୀ ଓ ଅଧିକାରୀଙ୍କ ବାହୁଛାୟା ତଳେ ଚାଲିଛି।

Outlook India

ପ୍ରକାଶ ଥାଉକି ସରକାରୀ ତଥ୍ୟ ମୁତାବକ ଧର୍ମଶାଳା ତହସିଲର ୩୭ଟି କଳାପଥର ସୈରାତର ଲିଜ ମଧ୍ୟରୁ ୮ ଜଣ ଲିଜଧାରୀଙ୍କୁ ୯ଟି ସୈରାତରୁ ଖନନ ନକରିବାକୁ ତହସିଲ ନୋଟିସ୍ ଜାରି କରି ହାତ ବାନ୍ଧିବସିଛି। ଚୁକ୍ତିଠାରୁ ଅତ୍ୟଧିକ ଖନନ ଯୋଗୁଁ ଜରିମାନା ହୋଇଛି। ଜରିମାନା ସହ ଖନନ ବନ୍ଦ ଲାଗି ମଧ୍ୟ ନିର୍ଦେଶ ଦିଆଯାଇଛି। ରାହାଡ଼ପୁର ଓ ବରଡ଼ା ମୌଜରେ ପ୍ରହଲ୍ଲାଦ ଲେଙ୍କାଙ୍କ ନାମରେ ଥିବା ୨ ଟି ସୈରାତ ଅବଧି ଶେଷ ହୋଇଛି। ଲୁଣିବର ମୌଜାରେ ସରୋଜ ରାଉତ, ସାବିତ୍ରୀ ପରିଡ଼ା ଓ ଚନ୍ଦ୍ରମଣି ପରିଡ଼ା, ଡଙ୍କାରୀରେ ରଞ୍ଜନ ଜେନାଙ୍କ ସୈରାତ ଲିଜ୍ ଶେଷ ହୋଇଥିବାରୁ ପ୍ରଶାସନ ପକ୍ଷରୁ କ୍ଲୋଜର ଦିଆଯାଇଛି।

khabarindia.in

ସରକାରୀ ତଥ୍ୟ ଅନୁଯାୟୀ ଆଇନତଃ ମାତ୍ର ୨୨ଟି ସୈରାତ ଚାଲିଛି। ଆରୁହାଠାରୁ ଆରମ୍ଭ କରି ରାହାଡ଼ପୁର, ଡଙ୍କାରୀ, ଲୁଣିବର, ବରଡ଼ା, ବାଘୁଆ, କୁସୁନପୁର, ବିଛାଖଣ୍ଡି ପର୍ଯ୍ୟନ୍ତ ଶତାଧିକ ସୈରାତ ବେଆଇନ୍ ଭାବେ ଦିନରାତି ଚାଲିଛିା ଯାଜପୁର ଜିଲ୍ଲା ଓ ପଡ଼ୋଶୀ ଜିଲ୍ଲାରେ ଥିବା ଶତାଧିକ ମେଗା କ୍ରସରକୁ ଏଠାରୁ ଲକ୍ଷଲକ୍ଷ ଟନ୍‌ ଚୋରା କଳାପଥର ଜାଲ୍‌ ୱାଇ ଫର୍ମରେ ଚାଲାଣ ହେଉଛି। ପୁଲିସ, ପରିବହନ ଓ ରାଜସ୍ବ ବିଭାଗର ଅସାଧୁମେଣ୍ଟ ଏହାକୁ ନିରବ ସମର୍ଥନ ଦେଉଛନ୍ତି। ଧର୍ମଶାଳା ତହସିଲ ପକ୍ଷରୁ ପ୍ରତିବର୍ଷ କିଛି ବେଆଇନ କ୍ରସରକୁ କ୍ଲୋଜର ନୋଟିସ୍ ଦିଆଯାଉଥିଲା। ସେପରି ଖାଦାନଗୁଡ଼ିକୁ କ୍ଲୋଜର ନୋଟିସ୍ ଦେଇ ବସିଛନ୍ତି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀ ସାହସ ଜୁଟାଇ ପାରୁନାହାନ୍ତି। ଚୋରା ପଥର ଓ ବାଲି ବେପାରୀଙ୍କ ଚରାଭୂଇଁ ପାଲଟିଥିବା ଯାଜପୁର ସ୍ଥିତି ଅଣଆୟତ୍ତ ହୋଇପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।