ଖେଳ ଦେଶ ବିଦେଶ

ଲଗାତର ସେଞ୍ଚୁରୀ ପରେ ଡବଲ୍ ଡକ୍, ଆଇପିଏଲରେ ନିଜ ରେକର୍ଡରେ ନିଜେ ଲଜ୍ଜିତ ଶିଖର ଧାଓ୍ୱନ

ଦୁବାଇ,୩୧/୧୦: ଚଳିତ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ତରଫରୁ ଖେଳୁଛନ୍ତି ଶିଖର ଧାଓ୍ୱନ । ଚଳିତ ଆଇପିଏଲରେ ଧାଓ୍ୱନ ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଲଗାତର ଦୁଇଟି ଶତକ ଲଗାଇବା ପରେ ଧାଓ୍ୱନ ପରବର୍ତ୍ତୀ ଦୁଇଟି ମ୍ୟାଚରେ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଛନ୍ତି । ଏପରି କରିବାରେ ସେ ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି ।

ଏହି ବିରଳ ରେକର୍ଡରେ ସେ ଲଗାତର ଦୁଇଟି ମ୍ୟାଚରେ ଦୁଇଟି ଶତକ ଲଗାଇଥିଲେ । କିନ୍ତୁ ସତକ ଲଗାଇବାର ପରବର୍ତ୍ତୀ ଦୁଇଟି ମ୍ୟାଚରେ ୦ ରନରେ ଆଉଟ୍ ହୋଇଥିଲେ । ଆଇପିଏଲର ଗୋଟିଏ ସିଜିନରେ ସେ ଏପରି ରେକର୍ଡ କରିବାରେ ପ୍ରଥମ ଖେଳାଳି ପାଲଟିଛନ୍ତି ।

ଦୁବାଇରେ ମୁମ୍ବାଇ ବିପକ୍ଷ ମ୍ୟାଚରେ ଧାଓ୍ୱନ ଅଫସାଇଡକୁ ଏକ ସଟ୍ ଖେଳି ଆଉଟ ହେବା ପରେ ଏହି ରେକର୍ଡ ସ୍ଥାପନ କରିଥିଲେ । ଟ୍ରେଣ୍ଟ ବୋଲ୍ଟଙ୍କ ବଲକୁ ଲମ୍ବା ସଟ୍ ଖେଳିବାର ପ୍ରୟାସରେ ସେ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ ଧରା ପଡିଥିଲେ ।

ସୂଚନାଯୋଗ୍ୟ, ସିଜିନ ଆରମ୍ଭରୁ ଲଗାତର ବିଜୟର ସ୍ୱାଦ ଚାଖି ଚାଲିଥିବା ଦିଲ୍ଲୀ ଶେଷ ମୁହୂର୍ତ୍ତରେ ପରାଜୟର ସାମ୍ନା କରୁଛି । ଦଳ ଏବେ ୩ ନମ୍ବର ସ୍ଥାନରେ ରହିଛି । ଏପରିକି ଗତ ତିନୋଟି ମ୍ୟାଚରେ ଦଳ ପରାସ୍ତ ମଧ୍ୟ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ