ଖେଳ ଦେଶ ବିଦେଶ

ଲଗାତର ବିଫଳ ପରେ ଫର୍ମକୁ ଫେରିଲେ ବିରାଟ, କହିଲେ କେମିତି ଥିଲା ରଣନୀତି…

ନୂଆଦିଲ୍ଲୀ, ୧୯।୦୨ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି୨୦ରେ ଦମଦାର ପାଳି ଖେଳିଥିଲେ । ସେ ଅର୍ଦ୍ଧଶତକ ମଧ୍ୟହାସଲ କରିଥିଲେ । ଖରାପ ଫର୍ମ ପାଇଁ ସମାଲୋଚନାର ଶିକାର ହେଉଥିବା ରନ୍ ମେସିନ୍ ବ୍ୟାଟରେ ଜବାବ ଦେଇଥିଲେ । ଏହା ତାଙ୍କ କ୍ୟାରିଅରର ୩୦ତମ ଟି୨୦ ଅର୍ଦ୍ଧଶତକ ଥିଲା ।

ମୁକାବିଲାରେ ବିରାଟ ୪୧ ବଲରୁ ୫୨ ରନ୍ କରିଥିଲେ । ଏହି ପାଳିରେ ସେ ୭ ଚଉକା ଓ ଗୋଟିଏ ଛକ୍କା ଲଗାଇଥିଲେ । ମ୍ୟାଚ୍ ଜିତିବା ପରେ କୋହଲିଙ୍କୁ ଏବାବଦରେ ପ୍ରଶ୍ନ କରାଯାଇଥିଲା । ସେ ଉତ୍ତର ରଖି କହିଥିଲେ ଯେ, ଭିନ୍ନ ଭିନ୍ନ ଅନ୍ଦାଜରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଲା । ସେ ସକରାତ୍ମକ ଭାବନା ସହ ମ୍ୟାଚକୁ ଓହ୍ଲାଇଥିଲେ । ଦଳ କିଛି ଓ୍ୱିକେଟ୍ ହରାଇଥିଲା । କିନ୍ତୁ ସେ ପଜିଟିଭ୍ ରହିଥିଲେ । ନିଜେ ସେଟ୍ ହୋଇ ଆଉଟ୍ ହେବା ତାଙ୍କୁ ଖରାପ ଲାଗିଥିଲା । ଶେଷ ୪ରୁ ୫ ଓଭରରେ ସେ ହିଟିଂ ମୁଡରେ ଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଭଲ ଖେଳିବେ ବୋଲି ସେ ଭାବି ଷ୍ଟାଡିୟମକୁ ଯାଇଥିଲେ । କେମିତି ଖେଳିବେ ସେ ଖାବି ନଥିଲେ । ରିସ୍କ ନେଇନଥିଲେ । ନିଜ ଅନ୍ଦାଜରେ ସେ ଖେଳିଥିଲେ । ଷ୍ଟାଡିୟମରେ ଉପସ୍ଥିତ କିଛି ବ୍ୟକ୍ତି ବହୁତ ସାହାଯ୍ୟ କରିଥାନ୍ତି । ବାତାବରଣ ଅନୁକୂଳ ନଥିଲେ ବି ଭଲ ଖେଳିବାକୁ ପଡେ । ତେବେ ଦଳ ୧୮୦ ରନ୍ କରିବ ବୋଲି ଭାବିଥିଲା । ଯାହା ସଫଳ ହୋଇଥିଲା । ଏହାସହ ଋଷଭ ପନ୍ତ ଓ ଭେଙ୍କଟେଶ ଆୟରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ରନ୍ ମେସିନ୍ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ