ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଲକ୍ଷ୍ମୀବିଳାସ ବ୍ୟାଙ୍କ ପରେ ଏହି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ

ନୂଆଦିଲ୍ଲୀ: ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅନ୍ୟ ଏକ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ମହାରାଷ୍ଟ୍ରର ଜଲନାରେ ଥିବା ଅର୍ବନ କୋଅପରେଟିଭ ବ୍ୟାଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗିଛି। ଆରବିଆଇ ଅନୁଯାୟୀ, ଏହି ବ୍ୟାଙ୍କକୁ କିଛି ନିର୍ଦ୍ଦେଶ ଦିଆଯାଇଛି, ଯାହା ଆଗାମୀ ଛଅ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ନିର୍ଦ୍ଦେଶ ଅନୁଯାୟୀ, ଏହି ବ୍ୟାଙ୍କ ଆରବିଆଇର ଅନୁମତି ବିନା କୌଣସି ଋଣ ଦେଇପାରିବ ନାହିଁ କିମ୍ବା ନୂତନ ଜମା ଗ୍ରହଣ କରିପାରିବ ନାହିଁ |

ସେହିପରି ଏହି ବ୍ୟାଙ୍କ କୌଣସି ଆର୍ଥିକ ନେଣଦେଣ କରିପାରିବ ନାହିଁ | ତେବେ ଆରବିଆଇ କଣ ପାଇଁ ଏହି ପ୍ରତିବନ୍ଧକ ଲାଗିଛି ତାହା ଜଣାପଡିନାହିଁ | ସୂଚନା ଥାଉ କି ଗତକାଲି ରିଜର୍ଭ ବ୍ୟାଙ୍କର ଅନୁରୋଧ କ୍ରମେ କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଭିତ୍ତିକ ଘରୋଇ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଟଙ୍କା ଉଠାଣ ଉପରେ କଟକଣା ଲଗାଇଥିଲେ ।

ଫଳରେ ରିଜର୍ଭ ବ୍ୟାଙ୍କର ପ୍ରାକ୍ ଅନୁମତି ବିନା ବ୍ୟାଙ୍କ ପକ୍ଷରୁ କୌଣସି ଜମାକାରୀଙ୍କୁ ୨୫ ହଜାର ଟଙ୍କାରୁ ଅଧିକ ଅର୍ଥ ପଇଠ କରାଯାଇପାରିବ ନାହିଁ। ୨୫ ହଜାର ଟଙ୍କାରୁ ଅଧିକ ଅର୍ଥ ଡାକ୍ତରୀ ଚିକିତ୍ସା, ଉଚ୍ଚ ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଆଦି ବାବଦରେ ଉଠାଇହେବ।ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‌ଘରୋଇ ‌ୟେସ ବ୍ୟାଙ୍କ ବିରୋଧରେ ସମାନ ଧରଣର କାର୍ଯ୍ୟାନୁ‌ଷ୍ଠାନ ନିଆଯାଇଥିଲା। ପରେ ୟେସ୍‌ ବ୍ୟାଙ୍କକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ବରେ ଉ‌ଦ୍ଧାର କରାଯାଇଥିଲା।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ