କଳା ଓ ସଂସ୍କୃତି ଧର୍ମ

ଲକ୍ଷ୍ମଣଙ୍କ ପତ୍ନୀ ଉର୍ମୀଳା ୧୪ବର୍ଷ ପର୍ଯ୍ୟନ୍ତ ଶୋଇରହିଥିଲେ, ଜାଣନ୍ତି କି ଏହାର କାରଣ କ’ଣ ?

ଭାରତ ଓ ସନାତନ ଧର୍ମ ହେଉଛି ପୌରାଣିକ ଶାସ୍ତ୍ର ଓ ପୁରାଣର ଭଣ୍ଡାର । ପୁରାଣ ଓ ଶାସ୍ତ୍ରରେ ମାନବ ସମାଜକୁ ଶୃଙ୍ଖଲିତ ଓ ସୁଖୀ କରିବା ପାଇଁ ଅନେକ ଉପାଦେୟ ବାର୍ତ୍ତା ରହିଛି । ଏଥିରେ ରହିଥିବା କାହାଣୀଗୁଡିକ ମଧ୍ୟ ମନୋରଞ୍ଜନ ଦୃଷ୍ଟି କୋଣରୁ ଅତ୍ୟନ୍ତ ଉଚ୍ଚକୋଟୀର । ପୌରାଣିକ ପଣ୍ଡିତ ମାନେ ୪ଯୁଗର ପରିକଳ୍ପନା କରିଛନ୍ତି । ସତ୍ୟ, ତ୍ରେତୟା , ଦ୍ବାପର ଏବଂ କଳିଯୁଗ । ବର୍ତ୍ତମାନ କଳିଯୁଗ ଚାଲିଥିବା କୁହାଯାଉଛି ।
ବିଭିନ୍ନ ଯୁଗରେ ଭଗବାନ ଜଣେ ଯୁଗପୁରୁଷ ଭାବେ ଅବତାର ଗ୍ରହଣ କପରିଥିବା ସମସ୍ତ ପୁରାଣରେ ବର୍ଣ୍ଣିତ ରହିଛି । ସେହି କ୍ରମରେ ତ୍ରେତୈୟା ଯୁଗରେ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଅବତାର ଗ୍ରହଣ କରିଥିଲେ । ରାମାୟାଣ ବାଲ୍ମୀକି ରଚନା କରିଥିଲେ । ଏହି ପୁରାଣର କଥାବସ୍ତୁ ଅନୁସାରେ ପିତୃସତ୍ୟ ପାଳିବା ପାଇଁ ଶ୍ରୀରାମଚନ୍ଦ୍ରଙ୍କୁ ୧୪ବର୍ଷ ବନବାସ ଯିବାକୁ ପଡିଥିଲା ।

ଶ୍ରୀରାମଚନ୍ଦ୍ର ବନବାସରେ ଯିବାବେଳେ ତାଙ୍କ ସହିତ ତାଙ୍କ ପତ୍ନୀ ମାତା ସୀତା ଓ ସାନଭାଇ ଲକ୍ଷ୍ମଣ ମଧ୍ୟ ଯାଇଥିଲେ । ଶ୍ରୀରାମଚନ୍ଦ୍ରଙ୍କୁ ଲକ୍ଷ୍ମଣ ନିଜର ଇଷ୍ଟ ଦେବତା ବୋଲି ମାନି ନେଇଥିଲେ । ସେଥିପାଇଁ ମାତା ସୀତା ଓ ଶ୍ରୀରାମଙ୍କ ସେବାରେ ଲକ୍ଷ୍ମଣ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଏମିତି ଦେଖିବାକୁ ଗଲେ ରାମାୟଣ ଅନୁସାରେ ଲକ୍ଷ୍ମଣଙ୍କ ତ୍ୟାଗ ହିଁ ଥିଲା ସବୁଠାରୁ ଅଧିକ ।

ବନବାସ ଯିବା ସମୟରେ ଶ୍ରୀରାମଚନ୍ଦ୍ର ନିଜ ପତ୍ନୀ ସୀତାଙ୍କୁ ସାଂଗରେ ନେଇ ଯାଇଥିଲେ । କିନ୍ତୁ ଲକ୍ଷ୍ମଣ ଦୀର୍ଘ ୧୪ବର୍ଷ ନିଜ ପତ୍ନୀଙ୍କୁ ଛାଡି ବଣରେ ରହିଥିଲେ । ବନବାସକୁ ଯିବା ସମୟରେ ଲକ୍ଷ୍ମଣଙ୍କ ପତ୍ନୀ ଉର୍ମୀଳା ମଧ୍ୟ ଲକ୍ଷ୍ମଣଙ୍କ ସହ ବନକୁ ଯିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଲକ୍ଷ୍ମଣ ତାଙ୍କୁ ବନକୁ ଯିବା ଲାଗି ବାରଣ କରିବା ସହ ୪ମାତାଙ୍କ ସେବା କରିବାକୁ ନିର୍ଦ୍ଦେଶ ଦେଇ ଭାଇ ଓ ଭାଉଜଙ୍କ ସହ ବନବାସରେ ଚାଲିଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମଣଙ୍କ ପତ୍ନୀ ଉର୍ମୀଳା ହେଉଛନ୍ତି ମାତା ସୀତାଙ୍କର ମଧ୍ୟ ସାନ ଭଉଣୀ । ବନବାସ ସମୟରେ ଲଙ୍କାର ରାଜା ରାବଣ ମାତା ସୀତାଙ୍କ ହରଣ କରିଥିଲେ । ସୀତାଙ୍କୁ ରାବଣଙ୍କ କବଳରୁ ମୁକ୍ତି କରିବା ପାଇଁ ଘମାଘୋଟ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ରାବଣଙ୍କୁ ଶ୍ରୀରାମଚନ୍ଦ୍ର ବଧ କରିବା ପୂର୍ବରୁ ରାବଣର ଭାଇ କୁମ୍ଭକର୍ଣ୍ଣ, ରାବଣଙ୍କ ପୁଅ ଇନ୍ଦ୍ରଜିତଙ୍କ ଭଳି ବହୁ ବଡବଡ ଯୋଦ୍ଧାଙ୍କୁ ମଧ୍ୟ ବଦ୍ଧ କରିବାକୁ ହୋଇଥିଲା ।

ରାବଣଙ୍କ ପୁଅ ଇନ୍ଦ୍ରଜିତ ସମସ୍ତଙ୍କଠାରୁ ଅଧିକ ଦୁର୍ଦ୍ଦଶ ଆଉ ଅପରାଜେୟ ଥିଲେ । ସେ ଲକ୍ଷ୍ମଣଙ୍କ ଉପରକୁ ନାଗପାଶ ଅସ୍ତ୍ର ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ମୂର୍ଛିତ କରିଦେଇଦେଇଥିଲେ । ତେବେ ଯୁଦ୍ଧରେ ଇନ୍ଦ୍ରଜିତଙ୍କୁ ଲକ୍ଷ୍ମଣ ହିଁ ବଧ କରିଥିଲେ । ଇନ୍ଦ୍ରଜିତ ନିଜ ତପସ୍ୟା ବଳରେ ବହୁ ଦୈବୀ ବର ପ୍ରାପ୍ତ ହୋଇଥିଲେ । ସେହିସବୁ ବର ଅନୁସାରେ ଯିଏ ୧୪ ବର୍ଷ ଅନିଦ୍ରା ରହିବା ସହ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିବ ସେ ହିଁ ଇନ୍ଦ୍ରଜିତଙ୍କୁ ବଧ କରିପାରିବେ ।

ସଂଯୋଗକୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତାଙ୍କ ସେବା କରିବା ଲାଗି ବନବାସ ସମୟରେ ଲକ୍ଷ୍ମଣ ୧୪ ବର୍ଷ ଧରି ଶୋଇନଥିଲେ । ଏଥି ସହ ସେ ଓପାସରେ ରହିବା ସହ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିଲେ । ଫଳରେ ସେ ଇନ୍ଦ୍ରଜିତଙ୍କୁ ବଧ କରିବାରେ ସକ୍ଷମ ହୋଇଥିଲେ । ଇନ୍ଦ୍ରଜିତଙ୍କୁ ବଧ ନକରିଥିଲେ ରାବଣଙ୍କୁ ପରାସ୍ତ କରିବା ସମ୍ଭବ ନଥିଲା ।

ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରିବ ଯେ, ଜଣେ ବ୍ୟକ୍ତି ୧୪ ବର୍ଷ ଧରି ଆହାର , ନିଦ୍ରା ଓ ମୈଥୁନଠାରୁ କିଭଳି ଦୂରେଇ ରହିପାରିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲକ୍ଷ୍ମଣଙ୍କ ଭାଗର ଶୋଇବା କାମଟି ଅଯୋଧ୍ୟାରେ ଥିବା ତାଙ୍କ ପତ୍ନୀ ଉର୍ମୀଳା କରୁଥିଲେ ।

ଏବେ ପ୍ରଶ୍ନ ଉଠୁଛି ଯେ, ୧୪ ବର୍ଷ ଧରି ଯଦି ଉର୍ମୀଳା ନିଜ ଭାଗର ଶୋଇବା ସହ ଲକ୍ଷ୍ମଣଙ୍କ ଭାଗର ଶୋଇବା ମଧ୍ୟ ଶୋଉଥିଲେ ତାହେଲେ କେତେବେଳେ ୪ମାତାଙ୍କ ସେବା କରୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବନବାସରେ ଆସିବା ପୂର୍ବରୁ ମା ସୀତା ଉର୍ମୀଳାଙ୍କୁ ବରଦେଇଥିଲେ ଯେ, ସେ ଏକାବେଳେ ୩ଟି କାମ କରିପାରିବେ । ସେହି ବର ଅନୁସାରେ ସେ ଏକାବେଳେ ନିଜ ପାଇଁ ଓ ଲକ୍ଷ୍ମଣଙ୍କ ପାଇଁ ଶୋଇବା ସହ ମାତାମାନଙ୍କର ସେବା କରିପାରୁଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ