ଖେଳ ଦେଶ ବିଦେଶ

ଲକ୍ଷ୍ନୌ ଟିମ୍‌ରେ କେଏଲ ରାହୁଲ, ଅହମ୍ମଦାବାଦ ପାଇଁ ଖେଳିବେ ପାଣ୍ଡ୍ୟା ଓ ରସିଦ ଖାନ : ପସନ୍ଦର ଖେଳାଳିଙ୍କୁ ରଖିଲେ ଦୁଇ ନୂଆ ଫ୍ରାଞ୍ଚାଇଜ୍

ନୂଆଦିଲ୍ଲୀ,୨୨/୦୧: ଆଇପିଏଲର ଦୁଇଟି ନୂଆ ଦଳ ଲକ୍ଷ୍ନୌ ଓ ଅହମ୍ମଦାବାଦକୁ ୧୦ ଦିନ ମଧ୍ୟରେ ନିଜ ନିଜ ପସନ୍ଦର ଖେଳାଳି ଦଳରେ ରଖିବା ନେଇ ବିସିସିଆଇ ସମୟ ଦେଇଥିଲା । ଯାହାର ଅବଧି ଶନିବାର ପୂରଣ ହୋଇଥାନ୍ତା । ଏହାପୂର୍ବରୁ ଦୁଇଟି ଦଳ ୩ ଜଣ ଲେଖାଏଁ ଖେଳାଳି ନିଜ ନିଜ ଦଳରେ ରଖି ନେଇଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା, ରସିଦ ଖାନ ଓ ଶୁଭମନ ଗିଲଙ୍କୁ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଲୋକେଶ ରାହୁଲ, ମାର୍କସ ଷ୍ଟଇନିସ ଓ ରବି ବିଷ୍ଣୋଇଙ୍କୁ ଦଳରେ ସାମିଲ କରିଛି । ଖେଳାଳି ନିଲାମ ପୂର୍ବରୁ ରାହୁଲ ସବୁଠୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ୧୭ କୋଟି ଟଙ୍କାରେ ରଖିଛି ଲକ୍ଷ୍ନୌ । ସେମିତି ଷ୍ଟଇନିସଙ୍କୁ ୯.୨ କୋଟି ଏବଂ ବିଷ୍ଣୋଇଙ୍କୁ ୪ କୋଟି ଟଙ୍କା ପ୍ରଦାନ କରିବ ।

ସେହିପରି ପାଣ୍ଡ୍ୟାଙ୍କୁ ଅହମ୍ମଦାବାଦ ୧୫ କୋଟି, ରସିଦଙ୍କୁ ୧୫ କୋଟି ଏବଂ ଗିଲଙ୍କୁ ୮ କୋଟି ଟଙ୍କା ଦେବ । ଏତଦବ୍ୟତୀତ ଉଭୟ ଦଳ ୯୦ କୋଟିରୁ ବଳିଥିବା ଅବଶିଷ୍ଟ ଟଙ୍କାରେ ନିଲାମୀରେ ଖେଳାଳି କ୍ରୟ କରିବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ