ଖେଳ ଦେଶ ବିଦେଶ

ଲକ୍ଷ୍ନୌ ୮୨ରେ ଲାଖିଲା: ପ୍ଲେ ଅଫ୍‌ରେ ଗୁଜରାଟ

ପୁଣେ: ଦୁଇ ନବାଗତ ଦଳ ଗୁଜରାଟ ଲାୟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଲଢ଼େଇରେ ଗୁଜରାଟ ବାଜି ମାରି ନେଇଛି। ମଙ୍ଗଳବାର ଏହି ଦୁଇ ଦଳର ଅଧିନାୟକ ତଥା ନିକଟତମ ବନ୍ଧୁ ହାର୍ଦିକ ପାଣ୍ଡ୍ୟା ଏବଂ କେଏଲ୍ ରାହୁଲ ପରସ୍ପରର ମୁହାଁମୁହିଁ ହୋଇଥିଲା ବେଳେ ହାର୍ଦିକଙ୍କ ବୋଲିଂ ବାହିନୀ ରାହୁଲ ସେନାକୁ ୮୨ ରନ୍‌ରେ ଅଲଆଉଟ୍ କରି ଦେଇଛି। ଫଳରେ ୬୨ ରନ୍‌ର ବୃହତ୍ ବିଜୟ ସହ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ପଦାର୍ପଣରେ ପ୍ଲେ ଅଫ୍ ଖେଳିବାର ଅନନ୍ୟ ସଫଳତା ବି ଲାଭ କରିଛି ଗୁଜରାଟ। ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ଗୁଜରାଟ ୧୪୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ଲକ୍ଷ୍ନୌ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୮୨ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ତା’ସହ ଦ୍ବାଦଶ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ଗୁଜରାଟ ସେହି ୧୨ ମ୍ୟାଚ୍‌ରୁ ନବମ ବିଜୟ ହାସଲ କରି ରୋମାଞ୍ଚକ ଢଙ୍ଗରେ ପ୍ଲେ ଅଫ୍ ଟିକେଟ ପକ୍କା କରି ନେଇଥିଲା।

ଆଜି ୨୪ ରନ୍‌ରେ ଦୁଇ ଓପନର କ୍ବିଣ୍ଟନ୍ ଡି’କକ୍ ଏବଂ କେଏଲ୍ ରାହୁଲଙ୍କୁ ହରାଇଥିଲା ଲକ୍ଷ୍ନୌ। ଏହା ପରେ ମାତ୍ର ଗୁଜରାଟ ବୋଲର ୯ ରନ୍‌ରେ ଏହି ଦଳର ଆଉ ୫ ୱିକେଟ୍ ଝାଡ଼ି ଦେଇଥିଲେ। ସେଥିପାଇଁ ଲକ୍ଷ୍ନୌ ପଶ୍ଚାତଧାବନ ପୂରା ଲାଇନଚ୍ୟୁତ ହୋଇଥିଲା। ବିଶେଷ କରି ଗୁଜରାଟର ଆଫଗାନ ବୋଲର ରସିଦ ଖାନ୍ ଲକ୍ଷ୍ନୌ ବ୍ୟାଟିଂ ବାହିନୀକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନୟାନ୍ତ କରିଥିଲେ। ସେ ମଧ୍ୟ ଆଇପିଏଲ୍‌ରେ ନିଜ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ୨୦୨୨ରେ ୪୦ ଟ୍ବେଣ୍ଟି-୨୦ ୱିକେଟ୍ ନେବାର ଗୌରବ ମଧ୍ୟ ହାସଲ କରିଥିଲେ। ଗୁଜରାଟର ଅନଭିଜ୍ଞ ବୋଲର ସାଇ କିଶୋର ଏବଂ ୟଶ୍ ଦୟାଲ ମଧ୍ୟ ଶାଣିତ ବୋଲିଂ କରିଥିଲେ। ଫଳରେ ଛୋଟ ବିଜୟ ଲକ୍ଷ୍ୟ ସତ୍ତ୍ବେ ଲକ୍ଷ୍ନୌ ଏହାକୁ ହାସଲ କରିବାକୁ ପୂରା ଅସମର୍ଥ ହୋଇଥିଲା ଏବଂ ମାତ୍ର ୮୨ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ରସିଦ ଏକଦା ହ୍ୟାଟ୍ରିକ୍ ନେବାର ଦ୍ବାର ଦେଶରେ ଥିଲେ ମଧ୍ୟ ଗୁଜରାଟ ଦ୍ରୁତ ବୋଲର ଅଭେସ ଖାନ୍ ତାଙ୍କୁ ଲଗାତାର ଛକା ମାରି ଦର୍ଶକଙ୍କର କିଛିଟା ମନୋରଞ୍ଜନ କରିଥିଲେ।

ପୂର୍ବରୁ ଗୁଜରାଟ ଲାୟନ୍ସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଯୁବ ଓପନର ତଥା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଶୁବମନ ଗିଲ୍‌ଙ୍କ ଅପରାଜିତ ୬୩* ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ମାତ୍ର ୧୪୪ ରନ୍ କରି ପାରିଥିଲା। ଶୁବମନ ଗୋଟିଏ ପଟେ ଆତ୍ମବିଶ୍ବାସର ସହ ବ୍ୟାଟିଂ କରୁଥିଲା ବେଳେ ଅନ୍ୟପଟରୁ ନିୟମିତ ବ୍ୟବଧାନରେ ୱିକେଟ୍ ଝଡ଼ାଇ ଲକ୍ଷ୍ନୌ ପ୍ରତିପକ୍ଷ ଗୁଜରାଟକୁ ରନ୍ ହାର ବଢ଼ାଇବାର ସୁଯୋଗ ଦେଇ ନଥିଲା। ଗୁଜରାଟକୁ ମାତ୍ର ୮ ରନ୍‌ରେ ରିଦ୍ଧିମାନ ସାହା (୫)ଙ୍କ ରୂପରେ ପ୍ରଥମ ଝଟ୍‌କା ଲାଗିଥିଲା। ମୋହସିନ୍ ଖାନ୍ ତାଙ୍କୁ ଅଭେସ ଖାନଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ପୁଣି ଅଭେସ ନିଜେ ମାଥ୍ୟୁ ୱେଦ୍ (୧୦) ଏବଂ ଗୁଜରାଟ ଅଧିନାୟକ ହାର୍ଦିକ ପାଣ୍ଡ୍ୟା (୧୧)ଙ୍କୁ ଶିକାର କରିନେଇଥି‌ଲେ। ଫଳରେ ଗୁଜରାଟ ୧୫.୩ ଓଭରରେ ୧୦୦ ରନ୍ ଛୁଇଁଥିଲା। ଶୁବମନ ୪୨ ବଲ୍‌ରୁ ଅର୍ଦ୍ଧଶତକ ଛୁଇଁଥି‌ଲେ। ହେଲେ ଅନ୍ୟପଟୁ ସମର୍ଥନ ନ ମିଳିବାରୁ ରନ୍ ହାର ଆଶାଜନକ ଭାବେ ବଢ଼ାଇ ପାରି ନଥିଲେ। ‌ରାହୁଲ ତିୱାତିଆ (୨୨) ଏବଂ ଡେଭିଡ୍ ମିଲର (୨୬)ଙ୍କ ବିଳମ୍ବିତ ବିସ୍ଫୋରଣ ପାଇଁ ଅବଶ୍ୟ ଶେଷ ୨୭ ବଲ୍‌ରୁ ଗୁଜରାଟ ୪୪ ରନ୍ ଯୋ‌ଡ଼ି କିଛିଟା ସମ୍ମାନ ଫେରି ପାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ