ନୂଆଦିଲ୍ଳୀ ୦୭।୦୪ : କଙ୍ଗନା ରଣାୱତଙ୍କ ଶୋ ‘ଲକଅପ୍’ ଖୁବ୍ ଚର୍ଚ୍ଚାରେ ରହିଛି । ଦିନକୁ ଦିନ ଏହି ଶୋ ଲୋକପ୍ରିୟ ହେବାରେ ଲାଗିଛି । ଶୋ’ରେ ଭିନ୍ନ କନସେପ୍ଟ ଦର୍ଶକଙ୍କୁ ପସନ୍ଦ ଆସୁଛି। ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି। ବିଗ୍ବସ୍ ପରି ଏଥିରେ ମଧ୍ୟ ନିଜ ନିଜ ମଧ୍ୟରେ ଝଗଡା ଓ ଯୁକ୍ତିତର୍କ ମଧ୍ୟ ଲାଗୁଛି । ପ୍ରତିଦିନ ଖେଳଟି ରୋମାଞ୍ଚକର ହେବାରେ ଲାଗିଛି । ସାରା ଖାନ୍, ନିଶା ଅଗ୍ରୱାଲଙ୍କ ପରେ ଏବେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିବା ମନ୍ଦନା କରୀମୀ ନିଜ ପୂର୍ବ ସ୍ୱାମୀ ତଥା ବିଜନେସମ୍ୟାନ ଗୌରବ ଗୁପ୍ତାଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।
ଶୋ’ ର ପ୍ରତିଯୋଗୀ ଅଜମା ଫଲ୍ଲାହଙ୍କ ସହ କଥାବାର୍ତ୍ତା ସମୟରେ ମନ୍ଦନା କହିଛନ୍ତି ଯେ ତାଙ୍କ ପୂର୍ବ ସ୍ୱାମୀ ସମସ୍ତଙ୍କ ସହ ବେଡ୍ ସେୟାର କରିଛନ୍ତି । ଏହା ସହ ମନ୍ଦନା କହିଥିଲେ ସେ ୨୭ ବର୍ଷ ବୟସରେ ବିବାହ କରିଥିଲେ, ଆମେ ପରସ୍ପରକୁ ଅଢ଼େଇ ବର୍ଷ ଧରି ଡେଟ୍ କରୁଥିଲୁ ଏହାପରେ ଆମର ନିର୍ବନ୍ଧ ହୋଇଥିଲା ଏବଂ ପରେ ଆମେ ବିବାହ କରିଥିଲୁ । ହେଲେ ଏହି ବିବାହ ଅଧିକ ଦିନ ଯାଏଁ ତିଷ୍ଠି ନଥିଲା । କିଛି ସମୟ ପରେ ଆମେ ଅଲଗା ହୋଇଯାଇଥିଲୁ । ଆମର ଡିଭୋର୍ସ ୨୦୨୧ରେ ହୋଇଥିଲା କିନ୍ତୁ ଏହି ଚାରିବର୍ଷ ମଧ୍ୟରେ ଗୌରବ ଗୁପ୍ତା ସେହି ମହିଳାଙ୍କ ସହ ଶୋଇଥିଲେ ଯେଉଁମାନଙ୍କୁ ମୁଁ ଭଲ ସେ ଜାଣିଥିଲି ।
ଅଜମା ମନ୍ଦନାଙ୍କୁ ପଚାରିଥିଲେ ଯେ ତୁମେ ପୂର୍ବରୁ କାହିଁକି ଡିଭୋର୍ସ ନେଲ ନାହିଁ । ଏହାର ଉତ୍ତରରେ ମନ୍ଦନା କହିଥିଲେ ଯେ ଏହା ତାଙ୍କର ପ୍ରାଇଭେଟ୍ କଥା ଥିଲା। ଏହା ବିଷୟରେ ଯେପରି କେହି ଜାଣିବେ ନାହିଁ। ସେଥିପାଇଁ ପୂର୍ବ ସ୍ୱାମୀଙ୍କ ମା ମତେ ଫୁଲ ଆଉ ଉପହାର ପଠାଉଥିଲେ, ମୋ ସହ କଫି, ସପିଂ, ପାର୍ଟୀ ଏବଂ ସ୍ପା ପାଇଁ ଯାଉଥିଲେ । ସେ ଏକଥାର ଧ୍ୟାନ ରଖୁଥିଲେ ଯେ ଯେପରି ମୁଁ କାହା ସହ ନମିଶେ । ଯଦି ମୁଁ ଏକା ବାହାରକୁ ଯାଉଥିଲି ତ ସେ ମତେ ବାରମ୍ବାର ଫୋନ କରି ଖବର ନେଉଥିଲେ ଯେମିତି ଆଉ ଏକଥା କାହାକୁ ନହୁଏ ।

