ମନୋରଞ୍ଜନ

ଲକଡାଉନ୍ ପରେ ସୁଟିଂ ଆରମ୍ଭ କଲେ ବିଗ୍ ବି: ଫଟୋ ସେୟାର କରି ଲେଖିଲେ ଏମିତି…

ନୂଆଦିଲ୍ଲୀ ୧୪/୦୬: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ୭୮ ବର୍ଷ ବୟସରେ ମଧ୍ୟ ବହୁତ ଫିଟ୍ ଏବଂ ସୁସ୍ଥ ଦେଖାଯାଆନ୍ତି । ଏଥି ସହିତ, ପାଞ୍ଚ ଦଶନ୍ଧିର ଲମ୍ବା କ୍ୟାରିୟରରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶାସନ କରୁଥିବା ବିଗ୍ ବି ଆଜି ମଧ୍ୟ ନିଜର କାର୍ଯ୍ୟ ଜାରି ରଖିଛନ୍ତି। ଅମିତାଭ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ମାସ୍କ ପିନ୍ଧି କାରରେ ବସିଥିବାର ନଜର ଆସିଛନ୍ତି।

ଏହାକୁ ସେୟାର ସେ ନିଜ ଫ୍ୟାନ୍ସଙ୍କୁ କହିଛନ୍ତି ଯେ ଲକଡାଉନ୍ ସରିବା ପରେ ବର୍ତ୍ତମାନ କାମକୁ ଫେରିଛନ୍ତି ଏବଂ ଆଜି ତାଙ୍କର ଶୁଟିଂର ପ୍ରଥମ ଦିନ। ବିଗ୍ କ୍ୟାପସନରେ ଲେଖିଛନ୍ତି ଯେ ‘ସକାଳ ୭ .. କାମ କରିବାକୁ ଯାଉଛି .. ଲଙ୍ଗଡାଉନ୍ ୨.୦ ପରେ ପ୍ରଥମ ଦିନର ଶୁଟିଂ, ପାଙ୍ଗୋଲିନ୍ ମାସ୍କ ସହିତ । ପ୍ରତିଦିନ ସବୁକିଛି ଭଲ ଏବଂ ଉନ୍ନତ ହେବ ।

ନିକଟରେ ଅଭିନେତା ପ୍ରକାଶ କରିଥିଲେ ଯେ ସେ ଖୁବ୍ ଶୀଘ୍ର ଫିଲ୍ମ ନିର୍ମାତା ବିକାଶ ବାହଲଙ୍କ ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଅମିତାଭଙ୍କୁ ଶେଷ ଥର ପାଇଁ ସୁଜିତ ସରକାରଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’ରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କୁ ଜୁନ୍ ୧୮ ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଝୁଣ୍ଡ’ରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ତାଙ୍କର ଅନ୍ୟ ଏକ ଫିଲ୍ମ ‘ଚେହେର୍’ ମଧ୍ୟ ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ