ଖେଳ ଦେଶ ବିଦେଶ

ରୋହିତ ଶର୍ମା ଫିଟ୍ : ଏବେ ଅଷ୍ଟ୍ରେଲିଆ ଯିବା ବାଟ ଫିଟିଲା, କେବଳ ଖେଳିବେ ଶେଷ ଦୁଇ ଟେଷ୍ଟ

ମୁମ୍ବାଇ ୧୧।୧୨: ଶେଷରେ ଉତ୍କଣ୍ଠିତ ଖବରଟି ଆସିଲା । ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଫିଟନେସ ପରୀକ୍ଷାରେ ପାସ୍ । ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ରୋହିତ ଫିଟ୍ ହୋଇଥିବାରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏବଂ ଭାରତୀୟ ପ୍ରଶଂସକଙ୍କ ଲାଗି ଏହା ଆଶ୍ବସ୍ତି ଏବଂ ଖୁସିର ଖବର । ଏବେ ରୋହିତଙ୍କ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇର ନିର୍ଦ୍ଦେଶକୁ ଅପେକ୍ଷା ।

ଶୁକ୍ରବାର ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅନୁଷ୍ଠିତ ଫିଟନେସ୍ ପରୀକ୍ଷାରେ ଆଇପିଏଲ୍ ଚାମ୍ପିୟନ ମୁମ୍ବାଇ ଟିମ୍ ଅଧିନାୟକ ତଥା ଭାରତୀୟ ଓପନର ରୋହିତ ଶର୍ମା ସଫଳ ହୋଇଥିବା ସୂଚନା ମିଳିଛି । ବିସିସିଆଇର ଜଣେ କର୍ମକର୍ତ୍ତା ନାମ ଗୋପନ ରଖିବା ସର୍ତ୍ତରେ ନ୍ୟୁଜ୍ ଏଜେନ୍ସୀକୁ ଏହି ସୂଚନା ଦେବା ସହ ରୋହିତ ଖୁବ୍ ଶୀଘ୍ର ଅଷ୍ଟ୍ରେଲିଆ ଯିବେ ବୋଲି କହିଥିବା ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟରୁ ପ୍ରକାଶ ।


ଆଇପିଏଲ୍ ମ୍ୟାଚ୍‌ ବେଳେ ଆହତ ହୋଇଥିଲେ ରୋହିତ ଶର୍ମା । ଫଳରେ ସେ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡିଥିଲେ । ତେବେ ଶୁକ୍ରବାର ଫିଟନେସ ପରୀକ୍ଷାରେ ସେ ପାସ୍‌ କରିବା ପରେ ୪ ଟିକିଆ ଗାଭାସ୍କର- ବର୍ଡର ଟ୍ରଫି ଟେଷ୍ଟ ସିରିଜ୍‌ର ଶେଷ ଦୁଇ ମ୍ୟାଚ୍‌ରେ ସେ ଖେଳିବା ପ୍ରାୟ ନିଶ୍ଚିତ । ଶୁକ୍ରବାର ଦିନ ଏନସିଏ ନିର୍ଦ୍ଦେଶକ ରାହଲ ଦ୍ରାବିଡ୍‌ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଫିଟନେସ୍ ପରୀକ୍ଷା ଦେଇଥିଲେ ରୋହିତ ।


ସୂଚନାଯୋଗ୍ୟ ଯେ, ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ୧୭ ତାରିଖରୁ ଆରମ୍ଭ ହେଉଥିଲେ ବି ପ୍ରଥମ ଦୁଇ ଟେଷ୍ଟ ଖେଳିପାରିବେନାହିଁ ରୋହିତ ଶର୍ମା । କାରଣ ସେ ସପ୍ତାହେ ଭିତରେ ଅଷ୍ଟ୍ରେଲିଆ ପହଞ୍ଚିବା ପରେ ପ୍ରଥମେ ୧୪ ଦିନ କ୍ବାରାଣ୍ଟାଇନ୍‌ରେ ରହିବେ । ତାପରେ ସେ ପ୍ରାକ୍ଟିସକୁ ଓହ୍ଲାଇବେ । ତେଣୁ ସେ ସିଡନୀ ଟେଷ୍ଟ ( ଜାନୁଆରୀ ୭-୧୧) ଏବଂ ବ୍ରିସବେନ୍ ଟେଷ୍ଟ (ଜାନୁଆରୀ ୧୫-୧୭ ତାରିଖ) ମ୍ୟାଚ୍‌ ଖେଳିପାରିବେ । ତଥାପି ଖୁସିର ଖବର ହେଲା ରୋହିତ ଟେଷ୍ଟ ଦଳରେ ସାମିଲ ପରେ ଭାରତୀୟ ବ୍ୟାଟିଂ ମଜବୁତ ହେବ । ଚଳିତ ଗସ୍ତରେ ଭାରତୀୟ ଦଳ ଦିନିକିଆ ସିରିଜ ହାରିଥିବା ବେଳେ ଟି-ଟ୍ବେଣ୍ଟି ସିରିଜ୍ ଜିତିଛି । ତେଣୁ ଘରୋଇ ଦଳ ବିରୋଧରେ ଟେଷ୍ଟ ସିରିଜ୍ ଗୁରୁତ୍ବପୂର୍ଣ୍ଣ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ