ଖେଳ ଦେଶ ବିଦେଶ

ରୋହିତ ଶର୍ମାଙ୍କ ସମେତ ୫ ଭାରତୀୟ ଖେଳାଳି ଖାଇଲେ ବିଫ୍: ସୋସିଆଲ୍ ମିଡ଼ିଆରେ ବିଲ୍ ଭାଇରାଲ୍ ହେବାପରେ ଟ୍ରୋଲର ଶିକାର ହେଲେ ଖେଳାଳି

ନୂଆଦିଲ୍ଲୀ ୦୩/୦୧ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ନାନା ସମସ୍ୟା ଦେଇ ଗତି କରୁଛି। ଟିମ୍ ଇଣ୍ଡିଆର ଅସୁବିଧା ଥମିବାର ନାଁ ନେଉନାହିଁ। ପୂର୍ବରୁ ରୋହିତ ଶର୍ମା ଶୁଭମନ ଗିଲଙ୍କ ସମେତ ପାଞ୍ଚ ଭାରତୀୟ ଖେଳାଳି ରେସ୍ତୋରାଁରେ ଖାଇବା କାରଣରୁ ବାୟୋ ବବଲ ଉଲ୍ଲଂଘନ ମାମଲାରେ ସମାଲୋଚନାର ଶିକାର ହୋଇଥିବାବେଳେ ବର୍ତ୍ତମାନ ଖାଦ୍ୟ ଅର୍ଡରକୁ ନେଇ ସେମାନଙ୍କୁ ଟ୍ରୋଲ କରାଯାଉଛି।

ଜଣେ ଭାରତୀୟ ପ୍ରଶଂସକ ଖେଳାଳିଙ୍କ ବିଲ ଦେଇଥିଲେ ଏବଂ ବିଲର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ବିଲର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଛି। ବିଲ୍ ଭାଇରାଲ୍ ହେବାପରେ ଖେଳାଳି ଟ୍ରୋଲ ହୋଇଛନ୍ତି। କାରଣ ବିଲ ଅନୁସାରେ ଖେଳାଳି ବିଫ୍ ଅର୍ଡର କରିଥିଲେ। ସେଥିପାଇଁ ପ୍ରଶଂସକ ଭାରତୀୟ ଖେଳାଳିଙ୍କୁ ଟ୍ରୋଲ କରିଛନ୍ତି। ତେବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ବିଲର ସତ୍ୟତା ଏବେ ସୁଦ୍ଧା ପ୍ରମାଣିତ ହୋଇନାହିଁ।

ନୂଆବର୍ଷ ଅବସରରେ ରୋହିତ ଶର୍ମା, ଋଷଭ ପନ୍ଥ, ନବଦ୍ୱୀପ ସାଇନି, ପୃଥ୍ବୀ ଶା’ ଓ ଶୁଭମନ ଗିଲ ମେଲବର୍ନର ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି। ଏହାପରେ ସମସ୍ତ ଭାରତୀୟ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି।

କ୍ରିକେଟ ଅଷ୍ଟ୍ରେଲିଆ ମାମଲାର ଯାଞ୍ଚ ଆରମ୍ଭ କରିଛି। ଏହି ଖେଳାଳିମାନେ ବାୟୋ ବବଲ ପ୍ରୋଟୋକଲ ଉଲଙ୍ଘନ କରିଛି କି ନା ସେ ସମ୍ବନ୍ଧରେ ଯାଞ୍ଚ ଆରମ୍ଭ ହୋଇଛି। ତେବେ ବିସିସିଆଇ କହିଛି ଯେ ଭାରତୀୟ ଖେଳାଳି କୌଣସି ସୁରକ୍ଷିତ ନିୟମ ଉଲଙ୍ଘନ କରିନାହାନ୍ତି। ଟିମର ସମସ୍ତ ବ୍ୟକ୍ତି ଏହି ନିୟମ ପାଳନ କରୁଛନ୍ତି।

ରୋହିତ ଶର୍ମା କିଛି ଦିନ ପୂର୍ବରୁ ମେଲବର୍ନରେ ଟିମ ଇଣ୍ଡିଆରେ ସାମିଲ ହୋଇଥିଲେ। ଆହତ ହୋଇଥିବା ଯୋଗୁଁ ସେ ଆରମ୍ଭରୁ ଦୁଇଟି ମ୍ୟାଚ କେହଳି ପାରିନଥିଲେ। ଏନସିଓରେ ପୁନର୍ବାସ ପ୍ରକ୍ରିୟା ପୁରା କରିବା ପରେ ସିଡନୀରେ ପହଞ୍ଚିଥିଲେ ଏବଂ କ୍ଵାରେଣ୍ଟାଇନ ପରେ ଟିମରେ ଯୋଗ ଦେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ