ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରୋଷେଇ ବେଳେ ଗ୍ୟାସ୍‌ରୁ ଲାଗିଗଲା ନିଆଁ, ଗୁରୁତର ଅବସ୍ଥାରେ ନାବାଳକ ମେଡିକାଲରେ ଭର୍ତ୍ତି

ଚାନ୍ଦବାଲି ୧୭।୩: ରୋଷେଇ ଗ୍ୟାସରେ ପୋଡି ନାବାଳକ ଗୁରୁତର ହୋଇଛନ୍ତି । ପ୍ରଥମେ ତାଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଚାନ୍ଦବାଲି ଏନଏସି ଅନ୍ତର୍ଗତ ପାଞ୍ଚପଡା ୱାର୍ଡରେ ଯାଜପୁର ଜିଲ୍ଲାର ଜଣେ ୧୭ ବର୍ଷର ନାବାଳକ ରୋଷେଇ ଗ୍ୟାସ୍ ନିଆଁରେ ପୋଡି ଯାଇଛନ୍ତି । ତାଙ୍କ ଶରୀରର ପ୍ରାୟ ୫୦ ଭାଗ ପୋଡିଯାଇଛି । ନାବାଳକ ଜଣଙ୍କ ଯାଜପୁର ଜିଲ୍ଲା କୁଆଖିଆ ବାଲିପାଟଣା ଗାଁର ସୁରେନ୍ଦ୍ର ବାରିକଙ୍କ ପୁଅ ସିପୁନ ବାରିକ ବୋଲି ସୂଚନା ମିଳିଛି । ସିପୁନ ଯାଜପୁର ଜିଲ୍ଲାରୁ ଆସି ପାଞ୍ଚପଡା ୱାର୍ଡରେ ଏକ ଭଡା ଘରେ ରହି ଗାଁ ଗାଁ ବୁଲି ଫେରୀ କରି ଦୋଳି ବିକ୍ରି କରିଥାନ୍ତି । ବୁଧବାର ଗ୍ୟାସରେ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା । ଫଳରେ ସିପୁନ ପୋଡି ଯାଇଥିବା ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ