ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ରୋଷେଇ ଟିପ୍ସ: ଏହି ୬ ଖାଦ୍ୟକୁ ଗରମ କରି ଖାଇବା ଶରୀର ପାଇଁ କ୍ଷତିକାରକ

ଭୁବନେଶ୍ବର ୧୨/୦୨: ବ୍ୟସ୍ତବହୁଳ ଜୀବନରେ ଲୋକେ ଦୁଇ ମିନିଟ୍‌ରେ ନୋଡଲ୍‌ ଖାଇବାକୁ ପସନ୍ଦ କରୁଛନ୍ତି। କେହି କେହି ଗୋଟିଏ ଥର ରୋଷେଇ କରି ଫ୍ରିଜ୍‌ରେ ରଖିଦେଉଛନ୍ତି। ରଖାଯାଇଥିବା ଖାଦ୍ୟକୁ ହାଲକା ଗରମ କରି ଦୁଇରୁ ତିନି ଥର ଖାଉଛନ୍ତି । ମଣିଷ ଏତେ ବ୍ୟସ୍ତ ​‌ଯେ ଭଲରେ ଗଣ୍ଡେ ରୋଷେଇ କରିବାକୁ ସମୟ ହିଁ ପାଉନି। କିନ୍ତୁ ଏହା ହିଁ କୌଣସି ବଡ଼ ରୋଗର କାରଣ ସାଜିପାରେ। ଏମିତି କିଛି ଖାଦ୍ୟ ଅଛି ଯାହାକୁ ପୁଣି ଥରେ ଗରମ କରି ଖାଇବା ସ୍ବାସ୍ଥ୍ୟ ପକ୍ଷେ ହାନୀକାରକ ହୋଇପାରେ।

ଭାତ-

ଭାରତ ତଥା ଓଡ଼ିଶାରେ ଭାତ ପ୍ରଧାନ ଖାଦ୍ୟ ଭାବେ ପ୍ରାୟତଃ ଗ୍ରହଣ କରାଯାଏ। ଯେକୌଣସି ଘରେ ଅତି ସହଜରେ ଭାତ ମିଳିଯିବ। ଭାତରେ ଥିବା ବ୍ୟକ୍ଟେରିଆ ପୁଣି ଥରେ ଗରମ କରିବା ଦ୍ବାରା ବିଷାକ୍ତ ହୋଇପାରେ ବୋଲି ଜଣାପଡ଼ିଛି। ଦ୍ବିତୀୟ ବାର ଗରମ କରି ଭାତ ଖାଇବା ଦ୍ବାରା ଡାଇରିଆ ଏବଂ ବାନ୍ତି ହୋଇପାରେ

ଅଣ୍ଡା-


ସଣ୍ଡେ ହୋ ୟା ମଣ୍ଡେ, ରୋଜ ଖାଓ ଅଣ୍ଡେ। ଅଣ୍ଡା କେତେ ଉପଯୋଗୀ ସମସ୍ତେ ଜାଣିଛନ୍ତି। ପ୍ରୋଟିନର ଶକ୍ତିକେନ୍ଦ୍ର ବୋଲି ଅଣ୍ଡାକୁ କୁହାଯାଏ। କିନ୍ତୁ ସ୍ବସାଦୁ ଖାଦ୍ୟ ଦ୍ବିତୀୟ ଥର ଗରମ କରିବା ଦ୍ବାରା ବିଷାକ୍ତ ହୋଇପାରେ। ସିଝା ଅଣ୍ଡା ଦ୍ବିତୀୟ ବାର ଗରମ କରିବା ଉଚିତ ନୁହେଁ।

ଆଳୁ-

ଭାରତୀୟଙ୍କ ରୋଷେଇ ଘରେ ଅଧିକ ବ୍ୟବହାର ହେଉଥିବା ପରିବା ହେଉଛି ଆଳୁ। କିନ୍ତୁ ଏହାକୁ ତାଜା ଖାଇବା ଦରକାର। ପୂର୍ବରୁ ରୋଷେଇ ହୋଇଥିବା ଆଳୁକୁ ପୁଣି ଥରେ ଗରମ କଲେ ଏଥିରେ ଥିବା ନ୍ୟୁଟ୍ରିସନ୍‌ ନଷ୍ଟ ହୋଇଥାଏ। ଶିଝା ଆଳୁକୁ ପୁଣି ଶିଝାଇଲେ ନଉସିଆ ଏବଂ ଫୁଡ ଫଏଜନିଂ ହୋଇପାରେ।

ଚିକେନ୍‌-

କୁକୁଡ଼ା ମାଂସ ଖାଇବାକୁ ଭଲ ପାଉଥିଲେ ଜାଣିରଖିବା ଉଚିତ ଯେ, ଦ୍ବିତୀୟ ଥର ମାଂସ ଗରମ କରିବା ଅନୁଚିତ। ଦ୍ବିତୀୟ ଥର ଗରମ କରି ଖାଇଲେ କୌଣସି ପ୍ରକାର ଭିଟାମିନ୍ ମିଳିବା ନାହିଁ। ଏହା ସହ ଏମିତି ମାଂସ ଖାଇଲେ ହଜମ କ୍ରିୟା ବାଧାପ୍ରାପ୍ତ ହୋଇପାରେ। କିନ୍ତୁ ଏହାକୁ ନଫୋପାଡ଼ି ସାଲାଡ୍‌ରେ ବ୍ୟବହାର କରିପାରିବେ।

ଛତୁ-

ଶାକାହାରୀମାନଙ୍କ ପାଇଁ ସବୁଠୁ ସ୍ବସାଦୁ ଡିସ୍‌ ହେଉଛି ଛତୁ। କିନ୍ତୁ ଏହି ଛତୁ ତରକାରିକୁ ପୁଣି ଥରେ ଗରମ କଲେ ଏଥିରୁ ସମସ୍ତ ଭିଟାମିନ୍‌ ନଷ୍ଟ ହେବା ସହ ବିଷାକ୍ତ ହୋଇଯାଏ। ବିଶେଷଜ୍ଞଙ୍କ ମତରେ ଛତୁ ତରକାରି ଗରମ କରି ଖାଇଲେ ବଦହଜମୀର ଶିକାର ହୋଇପାରନ୍ତି।

ଶାଗ-

ସମସ୍ତ ପ୍ରକାର ଶାଗରେ ଅନେକ ପ୍ରକାର ଭିଟାମିନ୍‌ ଥାଏ। କିନ୍ତୁ ଏହାକୁ ରୋଷେଇ ପରେ ଗରମ କରି ଖାଇଲେ କ୍ୟାନସର ଆଶଙ୍କା ବୃଦ୍ଧି ପାଏ। କୁଶଳା, ପାଳଙ୍ଗ ଭଳି ଶାଗରେ ଆଇରନ୍‌ ଏବଂ ନାଇଟ୍ରେଟ୍‌ସ୍‌ ଅଧିକ ଥାଏ। ଯାହାକୁ ପୁଣି ଗରମ କଲେ ଏହା ନାଇଟ୍ରାଇଟସ୍‌ରେ ପରିଣତ ହୋଇଥାଏ। ତେବେ ସବୁ ବେଳେ ତାଜା ପନିପରିବା ଖାଇବା ଭଲ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ