ରାଜ୍ୟ

ରୋଗ ଭଲ ପାଇଁ କୁକୁଡ଼ା, ପାରା ବଳି: ଡାକ୍ତର ନୁହେଁ, ବେଜୁଣୀ ଭଲ କରୁଛି ବେମାର

ରାୟଗଡ଼ା: ଡାକ୍ତର ନୁହେଁ, ପୂଜାର୍ଚ୍ଚନା ମାଧ୍ୟମରେ ବେଜୁଣୀ (ଗୁଣିଆ) ଭଲ କରୁଛନ୍ତି ଜ୍ବର। ଖାଲି ମଣିଷ ନୁହେଁ ଗୃହପାଳିତ ପ୍ରାଣୀ ଓ ଫସଲରେ ହୋଇଥିବା ରୋଗ ଭଲ କରିବାକୁ ମଧ୍ୟ ବେଜୁଣୀ ଉପରେ ଭରସା କରୁଛନ୍ତି ଲୋକ। ଅତ୍ୟାଧୁନିକ ଡାକ୍ତରୀ ସେବା ଏଠି ତୁଚ୍ଛ ହୋଇଛି। ଅନ୍ଧ ବିଶ୍ବାସର ଅନ୍ଧାର ଗଳିରେ ଏମିତି ଫସିଛନ୍ତି ଖଣି ଖାଦାନରେ ଭରପୂର ଓ ଶିଳ୍ପ ସମୃଦ୍ଧ କାଶୀପୁରବାସୀ। କାଶୀପୁର ବ୍ଲକ୍ ଗୋଡ଼ିବାଲି ପଞ୍ଚାୟତ ଗୋଦରାମୁହିଁ ଗାଁର ମାଲକା ମାଝିଙ୍କ ଝିଅକୁ ବର୍ଷେ ତଳେ ଜ୍ୱର ହୋଇଥିଲା। ଝିଅର ଜ୍ବର ଭଲ ହୋଇଗଲେ ପୂଜା ଦେବେ ବୋଲି ମାଲକା ନିଜ ଠାକୁରଙ୍କ ପାଖରେ ମାନସିକ କରିଥିଲେ। ଏହାର ଏକ ମାସ ପରେ ଝିଅର ଜ୍ବର ଭଲ ହୋଇଯାଇଥିଲା। ଏହା କେବଳ ଠାକୁରଙ୍କ ଯୋଗୁ ହେଲା ବୋଲି ମାଲକା ବିଶ୍ବାସ କରିଥିଲେ। ନିଜ ମାନସିକ ପୂରଣ ପାଇଁ ସେ ଆଜି ଗାଁର ବେଜୁଣୀଙ୍କ ସହାୟତାରେ ଠାକୁରଙ୍କ ନିକଟରେ ପୂଜା କରିଛନ୍ତି। ଦୁଇଟି କୁକୁଡ଼ା, ଗୋଟିଏ ପାରା, ନଡ଼ିଆ, ଫୁଲ ଓ ବାଉଁଶରେ ତିଆରି କିଛି ଉପକରଣ ବେଜୁଣୀକୁ ଦେବା ପରେ ପୂଜା ହୋଇଥିଲା।

ଏ ସମ୍ପର୍କରେ ମାଲକା କହିଛନ୍ତି, ଝିଅକୁ ଡାକ୍ତରଖାନା ନେଇଥିଲେ ଭଲ ହୋଇନଥାନ୍ତା। ବେଜୁଣୀ ହିଁ ଭଲ କରିପାରିବେ। ସବୁଠାରୁ ବଡ଼ କଥା ମାଲକାଙ୍କ ଗାଁ ଗୋଦାରାମୁହିଁକୁ ଯିବା ପାଇଁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନାହିଁ। ପାଦଚଲା ରାସ୍ତାରେ ଗ୍ରାମବାସୀ ଯାତାୟାତ କରୁଛନ୍ତି। ଏପରିସ୍ଥଳେ, ବିଭିନ୍ନ ରୋଗରେ ଶିକାର ହେଉଥିବା ଗ୍ରାମବାସୀ ଡାକ୍ତର ବଦଳରେ ବେଜୁଣୀକୁ ଭରସା କରୁଛନ୍ତି। କାଶୀପୁର ବ୍ଲକର ଅନେକ ଗାଁ ବିକାଶଠୁ ବହୁ ଦୂରରେ ରହିଥିବାରୁ ଅନ୍ଧବିଶ୍ବାସକୁ ନେଇ ଅନେକ ପରମ୍ପରା ରହିଛି। ଯାହା ଲୋକଙ୍କ ପାଇଁ ଅନେକ ସମୟରେ ଘାତକ ସାଜୁଛି। ବ୍ଲକର ଜନସଂଖ୍ୟା ମଧ୍ୟରୁ ୭୫ ଭାଗ ଲୋକ ଅନୁସୂଚିତ ଜନଜାତି ବର୍ଗର। ଏଠାରେ ସାକ୍ଷରତା ହାର ଅନ୍ୟ ଅଞ୍ଚଳ ତୁଳନାରେ ବହୁ ପଛରେ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।