ଅପରାଧ ରାଜ୍ୟ

ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ, କଟକରେ ମିଳୁଛି CYRA_Dର ନକଲି ଔଷଧ

କଟକ ୧୩/୦୯: ସହର ଅସଲି କିନ୍ତୁ ଜିନିଷ ସବୁ ନକଲି । ଖାଇବା ଜିନିଷ ଠାରୁ ଆରମ୍ଭ କରି ସର୍ପ, ସାବୁନ ସବୁ କିଛି ନକଲି । ଏମିତିକି ଘର ତିଆରି ଜିନିଷ ବି ନକଲି । ଏବେ ଏହି ନକଲି କାରବାରରେ ଯୋଡିହୋଇଛି ଆଉ ଏକ ନାଁ ।

ଯାହାକି ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ ଖୁଥିବା ନଜର ଆସିଛି । ତାହା ହେଉଛି ମେଡିସିନି । ସାଇରା-ଡି ଗ୍ୟାଷ୍ଟ୍ରିକ ମେଡିସିନ ନକଲି ହୋଇଥିବା ନେଇ ସନ୍ଦେହ । କଟକର ବିଭିନ୍ନ ସ୍ଥାନରୁ ସାଇରା ଡି ସାମ୍ପୁଲ ସଂଗ୍ରହ କରିଛି ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ । ସୂଚନା ଥାଉକି ଗତ କିଛି ଦିନତଳେ ମେଡିସିନ ନକଲି ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍ ।

ଆଜି ପୁଣିଥରେ ଚଢାଉ ପରେ ସାଇରା-ଡି ନକଲି ଥିବା ନେଇ ସ୍ପଷ୍ଟ ହୋଇଛି । ସୂଚନା ଥାଉକି ଗତ ଦୁଇ ବର୍ଷ ହେବ କଟକରେ ବେଧଡକ ବଢିବାରେ ଲାଗିଛି ନକଲି କାରବାର । ଚା, ତେଲ, ସସ, ଘିଅ ସହ ଅନେକ ଜିନିଷର ନକଲି କାରବାର ନେଇ ଅଭିୋଯଗ ହୋଇଆସୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।