ଖେଳ ଦେଶ ବିଦେଶ

ରୋହିତ ବାହିନୀକୁ ଗୁରୁମନ୍ତ୍ର ଦେଲେ ଦ୍ରାବିଡ : କହିଲେ କେମିତି ଇଣ୍ଡିଜକୁ ଦେଇ ହେବ ମାତ୍ ?

ନୂଆଦିଲ୍ଲୀ ୨୯/୦୭: ଓପନର ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଭାରତ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ କ୍ଲିନ୍ ସ୍ୱିପ୍ କରିଛି । କିନ୍ତୁ ଟି୨୦ ଫର୍ମାଟରେ ଇଣ୍ଡିଜକୁ ତା ନିଜ ମାଟିରେ ହରାଇବା ସେତେ ସହଜ ନୁହେଁ । ଏହା କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମା ଭଲ ଭାବେ ଜାଣିଛନ୍ତି । ତେଣୁ ଅଭ୍ୟାସ ବେଳେ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି କୋଚ୍ ରାହୁଲ ଦ୍ରାବିଡ ।

ରାହୁଲ ଦୀର୍ଘ ୧୫ ମିନିଟ ଧରି ଖେଳାଳିଙ୍କୁ ଇଣ୍ଡିଜ ବିପକ୍ଷରେ କଣ ରଣନୀତି ରହିବ ସେନେଇ ବୁଝାଇଛନ୍ତି । ସିରିଜରେ କିପରି ଭଲ ଖେଳିହେବ ସେନେଇ ଟିପ୍ସ ମଧ୍ୟ ଦେଇଛନ୍ତି । ଏହାସହ ଟି୨୦ ବିଶ୍ୱକପ ପୂର୍ବରୁ ଏହି ସିରିଜ କେତେ ଗୁରୁତ୍ୱପୂର୍ଣ୍ଣ ତାହା ମଧ୍ୟ କହିଛନ୍ତି ଦ୍ରାବିଡ ।

ଭାରତୀୟ କ୍ରିକେଟ୍ ବୋର୍ଡ ଇନଷ୍ଟାଗ୍ରାମରେ ଦ୍ରାବିଡଙ୍କ କ୍ଲାସ୍ ନେଉଥିବା ଫଟୋ ସେୟାର କରିଛି । ଯେଉଁଥିରେ ଆମେ ଫେରି ଆସିଛୁ । ଟି୨୦ ପାଇଁ ପ୍ରସ୍ତୁତି ଆରମ୍ଭ ବୋଲି ଲେଖାଯାଇଛି ।

ବଡ ବିପର୍ଯ୍ୟୟ ଘଟାଇପାରେ ଇଣ୍ଡିଜ

ଇଣ୍ଡିଜ ଟିମ୍ ଦିନିକିଆରେ ହାରିଥିଲେ ବି ଟି୨୦ରେ ଦଳର ପ୍ରଦର୍ଶନ ଭଲ ରହିଛି । ଦଳ ଏହି ବର୍ଷ ୮ଟି ଟି୨୦ ଖେଳିଛି । ଏଥିରୁ ୫ଟିରେ ଜିତିଥବା ବେଳେ ଦୁଇଟିରେ ପରାସ୍ତ ହୋଇଛି । ଦଳ ପାଖରେ ଭଲ ହିଟର ଅଛନ୍ତି । ଜସପ୍ରିତ ବୁମରାହ ଓ ୟୁଜବେନ୍ଦ୍ର ଚହଲଙ୍କ ଅନୁପସ୍ଥିତିରେ ଯୁବ ବୋଲିଂ ବାହିନୀ କିପରି ଇଣ୍ଡିଜ ବ୍ୟାଟରଙ୍କୁ ବାନ୍ଧି ରଖିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ