ଖେଳ ଦେଶ ବିଦେଶ

ରୋହିତଙ୍କୁ ଅଧିନାୟକ କରିବାକୁ ଦାବି, ‘କୋହଲି-ଶାସ୍ତ୍ରୀ ବ୍ରାଣ୍ଡ୍‌’ କ୍ରିକେଟ୍‌କୁ ବ‌ିରୋଧ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମେ ଖେଳାଯାଉଥିବା ଦିନିକିଆ ଶୃଙ୍ଖଳାକୁ ଭାରତ ହାରିଯିବା ପରେ ପ୍ରଶଂସକମାନେ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି। ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ‘ବ୍ରାଣ୍ଡ୍ ଅଫ୍ କ୍ରିକେଟ୍‌’କୁ ପ୍ରଶଂସକମାନେ ଦୃଢ଼ ବିରୋଧ କରିବା ସହ ରୋହିତ ଶର୍ମାଙ୍କୁ ତୁରନ୍ତ ସୀମିତ ଓଭର ଅଧିନାୟକ କରିବାକୁ ଦାବି ଉଠାଇଛନ୍ତି। ପ୍ରଶଂସକମାନେ ଯୁକ୍ତି ବାଢ଼ିଛନ୍ତି ଏବଂ ବିଶ୍ବାସ କରିଛନ୍ତି ଯେ ବିରାଟ କୋହଲିଙ୍କ ଅଧୀନରେ ଭାରତ ଗୋଟିଏ ବି ଆଇସିସି ଟ୍ରଫି ବିଜୟ ସମ୍ଭବ ହୋଇନାହିଁ। ଏହି ଧାରା ଜାରି ରହିବାର ଆଶଙ୍କା ବି ରହିଛି। ତେଣୁ ରୋହିତ ଶର୍ମାଙ୍କୁ ଧଳାବଲ୍‌ କ୍ରିକେଟ୍‌ରେ ନେତୃତ୍ବ ଅର୍ପଣ କରାଯାଉ। ଟ୍ବିଟର୍ ଆକାଉଣ୍ଟ୍ ଜରିଆରେ ପ୍ରଶଂସକମାନେ ଉଲ୍ଲେଖ କରୁଛନ୍ତି ଯେ କୋହଲି-ଶାସ୍ତ୍ରୀ ଭାରତୀୟ କ୍ରିକେଟ୍‌କୁ ଆନୁଷ୍ଠାନିକଭାବେ ନ‌ଷ୍ଟଭଷ୍ଟ କରିଦେଲେଣି। କୋହଲିଙ୍କ ପାଖରେ ଯଦି ଟିକିଏ ବି ଲଜ୍ଜା ବାକିଥିବ ତେବେ ସେ ‌ତୁରନ୍ତ ଅଧିନାୟକ ପଦ ଛାଡ଼ିଦେବା ଉଚିତ। ସେ କିନ୍ତୁ ଏଭଳି ଜଣେ ଲଜ୍ଜାହୀନ ବ୍ୟକ୍ତି ଯେ ତାହା କରିବେ ନାହିଁ। କୋହଲିଙ୍କ ତୁଳନାରେ ରୋହିତ ୧୦୦ ପ୍ରତିଶତ ଉନ୍ନତ ହୋଇଥି‌ଲେ ବି ଅଧିନାୟକ ହୋଇପାରୁନାହାନ୍ତି’ ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି। ବିରାଟ କୋହଲିଙ୍କ ଦଳ ମଧ୍ୟ ଗୋଟିଏ ବି ଆଇସିସି ଟ୍ରଫି ଜିତିପାରିନି ବୋଲି ସେମାନେ ତାତ୍ସଲ୍ୟ କରିଛନ୍ତି। କୋହଲି-ଶାସ୍ତ୍ରୀଙ୍କ ବ୍ରାଣ୍ଡ୍ ଅଫ୍ କ୍ରିକେଟ୍ ଜାରି ରହିଲେ ଭାରତକୁ ଆଉ କୌଣସି ଆଇସିସି ଟ୍ରଫି ମିଳିବାର ନାହିଁ ବୋଲି ମଧ୍ୟ ଜଣେ ପ୍ରଶଂସକ ଦାବି କରିଛନ୍ତି। ‌ଚୈତନ୍ୟ ନାମକ ଜଣେ ପ୍ରଶଂସକ ଲେଖିଛନ୍ତି ବିରାଟ କୋହଲିଙ୍କ ସମସ୍ୟା ହେଉଛି ସେ ଦଳ ତୁଳନାରେ ବ୍ୟକ୍ତିଗତ ଖେଳାଳିଙ୍କୁ ଅଗ୍ରାଧିକାର ଦେଉଛନ୍ତି। ଏବେ କୋହଲି-ଶାସ୍ତ୍ରୀଙ୍କୁ ଛାଡ଼ି ଏହାଠୁ ଊର୍ଧ୍ବରେ ଚିନ୍ତା କରାଯିବାର ବେଳ ଆସିଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ