ରାଜ୍ୟ ସ୍ୱାସ୍ଥ୍ୟ

ରୋଗ ଛଡ଼ାଇନେଲା ଜୀବିକା, ସରୁନି ସୁଧୀରଙ୍କ ଜୀବନ ଯନ୍ତ୍ରଣା

ବ୍ରହ୍ମଗିରି: ବୟସ ମାତ୍ର ୩୪। କାନ୍ଧରେ ରହିଛି ଅନେକ ବୋଝ। ନିଜର ଚାରି ପ୍ରାଣୀ କୁଟୁମ୍ବ ଚଳାଇବାକୁ ଯାଇଥିଲେ ସୁଦୁର ଗୁଜରାଟ। ଆଉ ସେହିଠାରେ ଆରମ୍ଭ ହୋଇ ଯାଇଥିଲା ଜୀବନ ଯନ୍ତ୍ରଣା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରତି ମୂହୁର୍ତ୍ତରେ ନିଜେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚାରିପ୍ରାଣୀ କୁଟୁମ୍ବ କିଭଳି ବ‌ଞ୍ଚିବେ ସେ ନେଇ ଚିନ୍ତାରେ ପ୍ରତିଦିନ ସଢୁଛନ୍ତି ସୁଧିର ବରାଳ। ବ୍ରହ୍ମଗିରି ଥାନା ରେବଣାନୂଆଗାଁର ସୁଧୀର ବରାଳଙ୍କ ବୟସ ଯେତେବେଳେ ୩୦ ଥିଲା ସେତେବେଳେ ସେ ନିଜର ଚାରିପ୍ରାଣୀ କୁଟୁମ୍ବ ଚଳାଇବାକୁ ସୁଦୁର ଗୁଜରାଟ ଯାଇଥିଲେ। ଆଉ ସେଠାରେ କିଛି ଦିନ କାମ କରିବା ପରେ ଦେହ ଅସୁସ୍ଥ ହେଲା। ସେଠାରେ ଡାକ୍ତରୀ ଚିକିତ୍ସା କରିବା ପରେ ଭଲ ନ ହେବାରୁ ନିଜ ଘରକୁ ଫେରି ଆସିଥିଲେ। ଗାଁକୁ ଫେରିବା ପରେ ସ୍ଥାନୀୟ ଡାକ୍ତରଖାନାଠାରୁ ପୁରୀ, ଭୁବନେଶ୍ବର ଓ କଟକ ଯାଇ ନିଜର ଚିକିତ୍ସା କରିଥିଲେ। ଆଉ ଡାକ୍ତର କହିଥିଲେ ତାଙ୍କର କିଡ୍‌ନି ଖରାପ ହୋଇ ଯାଇଛି। ଯାହା କିଛି ଟଙ୍କା ପଇସା ଥିଲା ଚିକିତ୍ସାରେ ସବୁକିଛି ଶେଷ ହୋଇ ଗଲା। ଏହାରି ଭିତରେ ସେ ତାଙ୍କର ଜମିବାଡି ଯାହା ବି ଥିଲା ବିକ୍ରି କରି ଦେଇ ଚିକିତ୍ସା କଲେ। ସେତକ ସରିଗଲା ପରେ ନିରାଶ୍ରୟ ହୋଇ ଆଉ ଚିକିତ୍ସା କରି ପାରିଲେ ନାହିଁ।

ଯନ୍ତ୍ରଣା ଭିତରେ ନିଜ ଦୁଆରେ କିଛି ପରିବା ଆଣି ବିକି ପରିବାର ଚଳାଇବାକୁ ଚେଷ୍ଟା କଲେ। କିନ୍ତୁ ତାହା ମଧ୍ୟ ସମ୍ଭବ ହେଲା ନାହିଁ। ଦୁଇଟି ଯାକ କିଡନୀ ନଷ୍ଟ ହୋଇଥିବା ଡାକ୍ତର କହିବା ପରେ ପାଦ ତଳୁ ତାଙ୍କର ମାଟି ଖସି ଗଲା। ନିଜର ମା’ କିଡ୍‌ନି ଦେଇ ପୁଅର ଜୀବନ ବାଇବାକୁ ଚେଷ୍ଟା କରିବା ବେଳେ ସେ ବି ଦୁଇ ମାସ ହେଲା ଆରପାରିକୁ ଚାଲିଗଲେ। କିଛି ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବା ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ କିଛିଦିନ ଚିକିତ୍ସା ହେବା ପରେ ଅର୍ଥ ଅଭାବରୁ ଘରକୁ ଫେରି ଆସିଲେ। ଏବେ ନିଜ ଘର ଦୁଆର ମୁହଁରେ ବସି ରହିଛନ୍ତି। ଡାଇଲେସିସ ପାଇଁ ଟଙ୍କାର ଆବଶ୍ୟକତା ରହିଛି। ଜଣେ ୯ ଓ ଆଉ ଜଣେ ୮ ବର୍ଷର ଝିଅ ରହିଛି। ନିଜର ପତ୍ନୀ ଓ ଦୁଇ ଛୋଟ ଛୋଟ ଝିଅଙ୍କ ବୋଝ କାନ୍ଧରେ ଥିବା ବେଳେ ନିଜେ ଏବେ ରୋଗ ଯନ୍ତ୍ରଣାରେ ସଢୁଛନ୍ତି। ନିଜ ପରିବାରର ଚାରିପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଖାଇବାକୁ ଦେବାକୁ ପଇସାଟିଏ ନାହିଁ। ନିଜର ଚିକିତ୍ସା କିଭଳି କରିବେ କିଛି ଜାଣି ପାରୁ ନାହାନ୍ତି। ନିଜେ ରୋଗରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଚଳାଇବାକୁ ଟଙ୍କାଟିଏ ନ ଥିବାରୁ ସରକାର ଓ ପ୍ରଶାସନ ସାହାଯ୍ୟର ହାତ ବଢାଇବାକୁ ସେ ଆକୁଳ କଣ୍ଠରେ ନିବେଦନ କରିଛନ୍ତି। ସାହାଯ୍ୟ ନିମନ୍ତେ ସେ ଅନୁରୋଧ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ