ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରେସ୍ତୋରାଁରେ ‘ଏଲ୍‌ପିଜି’ ଗ୍ୟାସ୍‌ ଲିକ୍‌ ଯୋଗୁଁ ବିସ୍ଫୋରଣ: ୩୧ ମୃତ

ବେଜିଙ୍ଗ୍: ବୁଧବାର ରାତିରେ ଉତ୍ତରପଶ୍ଚିମ ଚୀନ୍‌ର ନିଙ୍ଗ୍‌ସିଆ ଅଞ୍ଚଳରେ ଥିବା ୟିନ୍‌ଚୁଆନ୍‌ ନଗରୀର ଗୋଟାଏ ରେସ୍ତୋରାଁରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୩୧ଜଣ ଲୋକ ମରିଯାଇଥିବା କଥା ଆଜି ରାଷ୍ଟ୍ରାୟତ ନିଉଜ୍‌ ଏଜେନ୍‌ସି ‘ସିନ୍‌ହୁଆ’ ରିପୋର୍ଟ କରିଛି।

ବୁଧବାର ସନ୍ଧ୍ୟାର ବିସ୍ଫୋରଣ ସଂକ୍ରାନ୍ତରେ ଆଞ୍ଚଳିକ କମ୍ୟୁନିଷ୍ଟ୍‌ ପାର୍ଟି କମିଟି ବିବୃତିରୁ ଉଦ୍ଧାର କରି ‘ସିନ୍‌ହୁଆ’ କହିଛି, ଗୋଟାଏ ବାର୍ବେକ୍ୟୁ ରେସ୍ତୋରାଁରେ କାମ ଚାଲିଥିବା ବେଳେ ‘ଏଲ୍‌ପିଜି’ ଗ୍ୟାସ୍‌ ଲିକ୍‌ କରିବାରୁ ବିସ୍ଫୋରଣ ଘଟିଛି।

ଏହି ବିସ୍ଫୋରଣରେ ଆହୁରି ୭ଜଣ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବା କଥା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି।

Image Courtesy of East Coast Daily

ଆହତମାନଙ୍କ ମଧ୍ୟରୁ ୨ଜଣ ପୋଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି, ୨ଜଣ ସାମାନ୍ୟ ଆହତ ହୋଇଛନ୍ତି ଓ କାଚଖଣ୍ଡ ଛିଟିକି ପଡ଼ିବାରୁ ଆଉ ୨ଜଣ ଖଣ୍ଡିଆଖାବରା ହୋଇଯାଇଛନ୍ତି।

‘ସିସିଟିଭି’ ଫୁଟେଜ୍‌ରେ ଦେଖାଯାଉଛି ରେସ୍ତୋରାଁ ସମ୍ମୁଖରୁ ପ୍ରବଳ ଧୂଆଁ ବାହାରୁ ଥିବା ବେଳେ ଦମକଳ ବାହିନୀର ଅନେକ କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛନ୍ତି।

ବୁଧବାର ସନ୍ଧ୍ୟା ପ୍ରାୟ ୮.୪୦ରେ ନିଙ୍ଗ୍‌ସିଆ ସ୍ବୟଂଶାସିତ ଅଞ୍ଚଳର ରାଜଧାନୀ ୟିନ୍‌ଚୁଆନ୍‌ ନଗରୀ ଉପକଣ୍ଠ ଅନ୍ତର୍ଗତ ‘ଫ୍ୟୁୟାଙ୍ଗ୍‌ ବାର୍ବେକ୍ୟୁ ରେସ୍ତୋରାଁ’ରେ ଉକ୍ତ ବିସ୍ଫୋରଣ ଘଟିଥିଲା।

ଅନେକ ଭୋଜନାଳୟ ଓ ମନୋରଞ୍ଜନ ସ୍ଥାନ ଥିବା ସେ ରାସ୍ତାରେ ବିସ୍ଫୋରଣ ଯୋଗୁଁ କାଚ ଓ ଅନ୍ୟାନ୍ୟ ସାମଗ୍ରୀର ଟୁକୁଡ଼ା ସବୁ ଛଟିକି ପଡ଼ିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ