ଅପରାଧ ରାଜ୍ୟ

ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ

ବ୍ରହ୍ମପୁର ୨୬/୦୯: ବ୍ରହ୍ମପୁରରେ ବଢିବାରେ ଲାଗିଛି ଧଳାଜହର କାରବାର । ରେଶମ ସହରରୁ ପୁଣିଥରେ ଜବତ ହୋଇଛି ବ୍ରାଉନ୍ ସୁଗାର । ଏହି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗିରଫ ମହିଳାଙ୍କ ପରିଚୟ ହେଉଛି ସୁକାନ୍ତି ବେହେରା । ଗେଟବଜାର ଅଞ୍ଚଳରେ ଘର ବୋଲି ଜଣାପଡ଼ିଛି । ସିଟି ମେଡିକାଲ ନିକଟରେ ବ୍ରାଉନ୍ ସୁଗାର ଜଣେ ଗ୍ରାହକଙ୍କୁ ବିକ୍ରି କରୁଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ଧରିଲା ।

ଘଟଣା ସ୍ଥଳରୁ ଗ୍ରାହକ ଚମ୍ପଟ ମାରିଥିବା କହିଛି ଅବକାରୀ ଗୁଇନ୍ଦା ବିଭାଗ । ୧୨୭ ଗ୍ରାମ୍ ବ୍ରାଉନ୍ ସୁଗାର, ନଗଦ ୧୧ ହଜାର ଟଙ୍କା ଜବତ। ବିକ୍ରି କରୁଥିବା ବେଳେ ଧରିଲା ଅବକାରୀ ଗୁଇନ୍ଦା ବିଭାଗ । ଘଟଣାର ଅଧିକ ତଦନ୍ତ କରୁଥିବା କହିଛି ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ଗୀତାଞଳି ସାହୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।