ରାଜ୍ୟ ସ୍ପେଶାଲ ରିପୋର୍ଟ

ରେଳ ଧାରଣାରେ ପଡ଼ିଲା ଗଛ: ଏର୍ଣ୍ଣାକୁଲମ-ଟାଟା, ବୋକାରୋ ଏକ୍ସପ୍ରେସ୍ ଘଣ୍ଟାଏ ବିଳମ୍ବ

ରାୟଗଡ଼ା: କାଳବୈଶାଖୀ ପ୍ରଭାବରେ ରାୟଗଡ଼ା-ବିଜୟନଗରମ୍‌ ରେଳ ଲାଇନରେ ଗଛ ପଡ଼ି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରିଲିଫ୍ ଟ୍ରେନ୍ ରେଳଧାରଣା ଓ ବିଦ୍ୟୁତ୍ ତାର ଉପରୁ ଗଛ ଡାଳକୁ ହଟାଇବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ଆଜି ଅପରାହ୍‌ଣରେ ହଠାତ୍ ବର୍ଷା ସହ ପବନ ହୋଇଥିଲା। ଏହାର ପ୍ରଭାବରେ ଗଛ ଭାଙ୍ଗି ଡାଳ ରେଳ ଧାରଣା ଓ ବିଦ୍ୟୁତ୍ ଲାଇନ୍ ଉପରେ ପଡ଼ିଯାଇଥିଲା। ତେଣୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ପରେ ଏର୍ଣ୍ଣାକୁଲମ୍-ଟାଟା ଏକ୍ସପ୍ରେସ୍ ଜେମାଦେଇପେଣ୍ଠ ନିକଟରେ ଅଟକି ରହିଥିଲା। ସେହିପରି ଧାନବାଦ-ଆଲେପି ବୋକାରୋ ଏକ୍ସପ୍ରେସ୍ ଲାଡ୍ଡା ଷ୍ଟେସନରେ ଅଟକି ରହିଥିଲା। ରାୟଗଡ଼ାରୁ ରିଲିଫ୍ ଟ୍ରେନ୍ ପହଞ୍ଚି ରେଳ ଧାରଣାରେ ପଡ଼ିଥିବା ଗଛକୁ ବାହାର କରିବା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା। ଦୁଇ ଷ୍ଟେସନରେ ଅଟକି ଥିବା ଉଭୟ ଏକ୍ସପ୍ରେସ୍ ଏକ ଘଣ୍ଟା ବିଳମ୍ବରେ ଚଳାଚଳ କରିଛି। ଉଦ୍ଧାର କାର୍ଯ୍ୟ ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିବା ରାୟଗଡ଼ା ଷ୍ଟେସନ ମ୍ୟାନେଜର ପରମାନନ୍ଦ ପିଡ଼ିକାକା ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।