ଅପରାଧ ଦେଶ ବିଦେଶ

ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

ନୂଆଦିଲ୍ଲୀ, ୧୩|୦୮: ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାର ମୃତଦେହ । ଏପରି ଘଟଣା ସାମ୍ନାକୁ ଆସିଛି ଛତିଶଗଡରେ । ଏଠାକର ମନ୍ତ୍ରୀ ଟିଏସ ସିଂହଦେବଙ୍କ ଭଣଜାରଙ୍କ ମୃତଦେହ ଏକ ରେଳ ଲାଇନରୁ ଉଦ୍ଧାର ହୋଇଛି ।

ସୂଚନାନୁସାରେ, ମନ୍ତୀଙ୍କ ଭଣଜା ବୀରଭଦ୍ର ପ୍ରତାପ ସିଂ ଓରଫ ସଚିନ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ତେବେ ସଚିନଙ୍କ ମୃତଦେହ ବିଳାସପୁରର ବେଲଗହନା ଷ୍ଟେସନ ନିକଟ ରେଳଧାରଣରେ ପଡିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ଘଟଣାସ୍ଥଳରେ ପୋଲିସ ପହଁଚିବା ସହ ମୃତଦେହକୁ ଜବତ କରିଥିଲା ।

ମୃତଦେହର ପୋଷ୍ଟମଟର୍ମ ସରିଛି । କିଛିଦିନ ଭିତରେ ରିପୋର୍ଟ ଆସିଯିବ । ତେବେ କେଉଁ କାରଣରୁ ମୃତ୍ୟୁ ଘଟିଛି, ହତ୍ୟା ନା ଦୁର୍ଘଟଣା ତାହା ଏବେବି ସନ୍ଦେହଘେରରେ ରହିଛି ।

ସୂଚନାଯୋଗ୍ୟ, ସଚିନ ଲଣ୍ଡ୍ରାର ପଞ୍ଚାୟତ ଅଧ୍ୟକ୍ଷ ଥିଲେ । ଏସଡିପିଓ ଆଶିଷ ଆରୋରାଙ୍କ କହିବାନୁସାରେ, ସଚିନ ଟ୍ରେନରେ ଦୁର୍ଗରୁ ଅମ୍ବିକାପୁର ଯାଉଥିଲେ । ବାଟରେ କିଛି ଅଘଟଣ ଘଟିଥାଇପାରେ ବୋଲି ସେ ପ୍ରକାଶ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ