ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରିବାକୁ ‘ଭୂତ’ କିଣୁଛି ତତ୍କାଳ ଟିକେଟ୍। ଏଭଳି ତତ୍କାଳ ଟିକେଟ୍ କିଣିବା ପାଇଁ ଆଇଆର୍ସିଟିସି ୱେବସାଇଟ୍କୁ ବାଏପାସ୍ କରାଯାଇଛି। ଜନସେବା କେନ୍ଦ୍ରର କର୍ମଚାରୀ ଚାଇନା ଓ ଜାପାନର ସଫ୍ଟଓୟର୍ ମାଧ୍ୟମରେ ଏହି ୱେବସାଇଟ୍କୁ ବାଏପାସ୍ କରି ବେଆଇନ ଭାବେ ତତ୍କାଳ ଟିକେଟ୍ କିଣିନେଉଛନ୍ତି। ଜନସେବା କେନ୍ଦ୍ରକୁ ଆଧାର କାର୍ଡ ଜେରକ୍ସ କରିବାକୁ ଆସୁଥିବା ଗ୍ରାହକଙ୍କ ଆଧାର ନକଲ ରଖି ଏଭଳି ଭୂତ ଆକାଉଣ୍ଟ ଖୋଲାଯାଉଛି। ଏହି ଆକାଉଣ୍ଟ ବଳରେ ଟିକେଟ୍ କିଣାଯାଉଛି। ଫଳରେ କେବଳ କଟକ ଜିଲ୍ଲାରେ ୪୫୮ ନିରୀହ ଲୋକ ଫସିଯାଇଛନ୍ତି।
ସବୁଠାରୁ ବଡ଼ କଥା ହେଲା, ଏଭଳି କେଳେଙ୍କାରୀ କଟକ ଜିଲ୍ଲା ମାହାଙ୍ଗା, ସାଲେପୁର, ବକ୍ସିବଜାର, ଗଞ୍ଜାମ ଜିଲ୍ଲା, କେନ୍ଦ୍ରାପଡ଼ା, ଜଗତସିଂହପୁରର ତିର୍ତ୍ତୋଲ, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ଚଣ୍ଡୀଖୋଲରେ ଥିବା ଜନସେବା କେନ୍ଦ୍ରରେ ଚାଲିଥିବା କଟକ ଆର୍ପିଏଫ୍ ସାଇବର୍ ସେଲ୍ ତଦନ୍ତରୁ ଜାଣିବାକୁ ପାଇଛି। ଏହି ସମସ୍ତ ଜନସେବା କେନ୍ଦ୍ରକୁ ସ୍କାନର୍କୁ ନେଇଛି ସାଇବର୍ ସେଲ୍। ପୂର୍ବରୁ ଅର୍ଥାତ୍ ୨୦୨୨ରେ ୯ଟି ଓ ୨୦୨୩ରେ ଗୋଟିଏ ଜାଲିଆତି ମାମଲା କଟକ ଆର୍ପିଏଫ୍ରେ ରୁଜୁ ହୋଇଥିଲା। ଏ ମାମଲାରେ ଏବେ ସୁଦ୍ଧା ୧୧ ଜଣ ଅଭିଯୁକ୍ତ ଗିରଫ ହେଲେଣି। ଏମାନଙ୍କ ନିକଟରୁ ୪୫୮ଟି ନକଲି ଆଇଡି ଓ ପାଖାପାଖି ୧୪ ଲକ୍ଷ ଟଙ୍କା ଜବତ ହୋଇଛି।
ବ୍ୟବସ୍ଥା ଅନୁସାରେ, ରେଳବାଇରେ ତତ୍କାଳ ଟିକେଟ୍ ପାଇଁ ଦୁଇଟି ବ୍ୟବସ୍ଥା ମାଧ୍ୟମରେ ଯାତ୍ରୀ ଟିକେଟ୍ କିଣିପାରିବେ। ପ୍ରଥମେ ଅଫ୍ଲାଇନ୍ରେ ରେଳ କାଉଣ୍ଟର୍ରୁ କିଣିହେବ। ଦ୍ବିତୀୟରେ ଅନ୍ଲାଇନ୍ରେ ଯାତ୍ରୀ ନିଜର ବ୍ୟକ୍ତିଗତ ପରିଚୟପତ୍ର ଦେଇ ୟୁଜର୍ ଆଇଡି ଖୋଲି ଟିକେଟ୍ କାଟିପାରିବେ। ଏଥିରେ ଆଧାରକାର୍ଡ ବ୍ୟବହାର ହେବ ଏବଂ ଜଣେ ଯାତ୍ରୀ ମାସକ ଭିତରେ ସର୍ବାଧିକ ୬ଟି ତତ୍କାଳ ଟିକେଟ୍ କରିପାରିବେ। ଆଇଆର୍ସିଟିସି ୱେବସାଇଟ୍ରେ ତତ୍କାଳ ଟିକେଟ୍ ଏସି କୋଚ୍ ପାଇଁ ସକାଳ ୧୦ଟା ଓ ସ୍ଲିପର୍ ପାଇଁ ୧୧ଟା ତତ୍କାଳ ଟିକେଟ ବୁକିଂ କରିବା ପାଇଁ ଖୋଲାଯାଉଛି। ମାତ୍ର ୨ରୁ ତିନି ମିନିଟ୍ ଭିତରେ ଏହି ଟିକେଟ୍ ବିକ୍ରି ହେଉଛି। ଆଇଆର୍ସିଟିର ଏଭଳି ବ୍ୟବସ୍ଥାକୁ ଜନସେବା କେନ୍ଦ୍ରର କର୍ମଚାରୀ ବାଏପାସ୍ କରୁଛନ୍ତି।
ରିଜର୍ଭେସନ୍ ଟିକେଟ୍ ବାଦ୍ କୌଣସି ଏଜେଣ୍ଟଙ୍କୁ ତତ୍କାଳ ଟିକେଟ୍ କିଣାବିକା ପାଇଁ ଆଇଆର୍ସିଟିସି ପକ୍ଷରୁ ଅନୁମତି ନାହିଁ। କିନ୍ତୁ ଜନସେବା କେନ୍ଦ୍ରରେ ତତ୍କାଳ ଟିକେଟ୍ ଜାଲିଆତି ଏବେ ସାମନାକୁ ଆସିଛି। ଜନସେବା କେନ୍ଦ୍ରକୁ ଆଧାରକାର୍ଡ ଜେରକ୍ସ ପାଇଁ ଆସୁଥିବା ଗ୍ରାହକଙ୍କ ଆଧାରର ଏକ ନକଲ ଗ୍ରାହକଙ୍କ ଅଜାଣତରେ ରଖିନେଉଛନ୍ତି। ଏଭଳି ଆଧାରକାର୍ଡ ସଂଗ୍ରହ କରି ଜନସେବା କେନ୍ଦ୍ର କର୍ମଚାରୀ ଆଇଆର୍ସିଟି ୱେବସାଇଟ୍ରେ ପୃଥକ ଆକାଉଣ୍ଟ ଖୋଲୁଛନ୍ତି। ନିଜର ଚିହ୍ନା ପରିଚିତ ଲୋକଙ୍କ ମୋବାଇଲ୍ ନମ୍ବର ଆକାଉଣ୍ଟ ଖୋଲିବା ସମୟରେ ଦେଉଛନ୍ତି। ଏହି ଆକାଉଣ୍ଟରେ ତତ୍କାଳ ଟିକେଟ୍ କାଟିବା ସମୟରେ ଓଟିପି ଉକ୍ତ ମୋବାଇଲକୁ ଯିବ। ଆଇଆର୍ସିଟିସିରେ ତତ୍କାଳ ଟିକେଟ୍ ମାତ୍ର ଦୁଇରୁ ତିନି ମିନିଟ୍ ଭିତରେ ବିକ୍ରି ହୋଇଯାଉଥିବାରୁ ଗୋଟିଏ ଆକାଉଣ୍ଟରେ ଯାତ୍ରୀଙ୍କ ସମସ୍ତ ତଥ୍ୟ ଦେଇ ଗୋଟିଏ ଟିକେଟ୍ କାଟିବା ବି କଷ୍ଟକର ହୋଇପଡ଼ୁଛି। ତେଣୁ ଏଥିପାଇଁ ଜନସେବା କେନ୍ଦ୍ରର କର୍ମଚାରୀ ଚାଇନା ଓ ଜାପାନର ତିନୋଟି ସଫଟଓୟାର୍ ବ୍ୟବହାର କରୁଛନ୍ତି। ନେକ୍ସସ୍ ଆଡଭାନ୍ସ, ନେକ୍ସସ୍ ପ୍ରୋ ଏବଂ ରେଡବୁଲ୍ ନାଁରେ ଚାଇନିଜ୍ ସଫଟଓୟାର୍ ୩୦ ହଜାର ଟଙ୍କା ମୂଲ୍ୟର କିଣି ଏଥିରେ ବ୍ୟବହାର କରୁଛନ୍ତି। ଏହି ସପ୍ଟଓୟାର୍ ଆଇଆର୍ସିଟିସି ୱେବସାଇଟ୍କୁ ହ୍ୟାକ କରି ବାଏପାସ୍ କରୁଛି। ଆଇଆର୍ସିଟିସି ୱେବସାଇଟ୍ ଖୋଲିବାର ଅନେକ ପୂର୍ବରୁ ଏହି ସଫ୍ଟଓୟାର୍ ମାଧ୍ୟମରେ ୱେବସାଇଟ୍ ସହିତ ସଂଯୋଗ କରି ଆଗୁଆ ଭୂତ ଯାତ୍ରୀଙ୍କ ସମ୍ପର୍କିତ ତଥ୍ୟ ଦାଖଲ କରାଯାଉଛି।

ସେପଟେ ଧାର୍ଯ୍ୟ ସମୟରେ ଯେତେବେଳେ ଆଇଆର୍ସିଟିସିର ୱେବସାଇଟ୍ ଖୋଲୁଛି, ସେତେବେଳେ ଗୋଟିଏ ମିନିଟ୍ ଭିତରେ ଏକକାଳୀନ ୬ଟି ଟିକଟ୍ କିଣିଦେଉଛନ୍ତି ଜନସେବା କେନ୍ଦ୍ର ଏଜେଣ୍ଟ। ଗୋଟିଏ ଆକାଉଣ୍ଟରେ ମାସକ ଭିତରେ ସର୍ବାଧିକ ୬ଟି ଟିକଟ କିଣିବାର ବ୍ୟବସ୍ଥା ଥିବାରୁ ଗୋଟିଏ ଦିନରେ ଜନସେବା କେନ୍ଦ୍ର କର୍ମଚାରୀ ଏକକାଳୀନ ୬ଟି ଟିକେଟ୍ ବେଆଇନ ଭାବେ କିଣିନେଉଛନ୍ତି। ଏଭଳି ଗୋଟିଏ ଦିନରେ ବେଆଇନ ଉପାୟରେ ସଫ୍ଟଓୟାର୍ ବ୍ୟବହାର କରି ନକଲି ଆକାଉଣ୍ଟ ବଳରେ ଶତାଧିକ ଟିକେଟ୍ କିଣିନେଉଥିବାରୁ ସାଧାରଣ ରେଳ ଯାତ୍ରୀ ତତ୍କାଳ ଟିକେଟ୍ କିଣିବାରୁ ବଞ୍ଚିତ ହେଉଛନ୍ତି। ଜନସେବା କେନ୍ଦ୍ରରେ ତତ୍କାଳ ଟିକେଟ୍ ପିଛା ୨ ହଜାର ଟଙ୍କା କମିସନ୍ ନେଉଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l