ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ରେଳ କର୍ମଚାରୀଙ୍କୁ ଲାଗିବ ଝଟ୍‌କା, ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ ୨୪/୧୧: କରୋନା କାଳରେ ଭାରତୀୟ ରେଳବାଇ ଘାଟାରେ ଚାଲିଛି। ବହୁ କ୍ଷତି ମଧ୍ୟରେ ଟ୍ରେନ୍‌ ଗଢ଼ୁଛି। ତେଣୁ ଏହି କ୍ଷତିର ଭରଣା କରିବାକୁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଖୁବଶୀଘ୍ର ଏହି କ୍ଷତିକୁ ରେଳ କର୍ମଚାରୀଙ୍କ ପକେଟରୁ କାଟିବ ରେଳବାଇ। ଓଭର ଟାଇମ୍‌ ଡ୍ୟୁଟି ପାଇଁ ମିଳୁଥିବା ଭତ୍ତା କମ୍‌ କରିବାକୁ ରେଳ ମନ୍ତ୍ରାଳୟ ଯୋଜନା କରିଥିବା ଜଣାପଡ଼ିଛି। ରେଳ କର୍ମଚାରୀଙ୍କୁ ଯାତ୍ରା ଓ ଓଭର ଟାଇମ୍‌ ଡ୍ୟୁଟି ଭତ୍ତାରେ ୫୦ ପ୍ରତିଶତ କଟିପାରେ।

ଜୀବିଜ୍‌ ଡଟ୍‌ କମ୍‌ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଭତ୍ତା କାଟିବା ନେଇ ଏବେ ରେଳ ବିଭାଗ ବିଚାର ବିମର୍ଶ ଜାରି ରଖିଥିବା ଜଣାପଡ଼ିଛି। ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ। ଚଳିତ ବର୍ଷ ଅଗଷ୍ଟ ମାସରେ ଏନେଇ ଖବର ସାମ୍ନାକୁ ଆସିଥିଲା। ୨୦୨୦-୨୧ରେ କର୍ମଚାରୀଙ୍କ ଦରମା ଓ ପେନ୍‌ସନ୍‌ ବନ୍ଦ କରିବାକୁ ନେଇ ମନ୍ତ୍ରାଳୟ ବିଚାର କରୁଥିବା ଚର୍ଚ୍ଚା ହେଉଥିଲା।

ତେବେ ଏଭଳି ଚର୍ଚ୍ଚା ଉପରେ ବିରାମ ଟାଣିଥିଲେ କେନ୍ଦ୍ର ସରକାର। ପରେ ପିଆଇବି ଟ୍ବିଟ୍‌ କରି ଏଭଳି ଖବର ମିଛ ବୋଲି ସ୍ପଷ୍ଟ କରିଥିଲା। ଏହାସହ ସରକାରଙ୍କ ପାଖରେ ଏଭଳି କିଛି ପ୍ରସ୍ତାବ ନଥିବା ନେଇ ପିଆଇବି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଥିଲା। ପୂର୍ବରୁ ଏମିତି ମଧ୍ୟ କୁହାଯାଉଥିଲା ​‌ଯେ ଲକ୍‌ଡାଉ୍‌ନ୍‌ ଭାରତୀୟ ରେଳ ଉପରେ ଖୁବ ପ୍ରଭାବ ପକାଇଛି। ଏହା ସହ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନଥିବା ବି ଶୁଣିବାକୁ ମିଳିଥିଲା। କିନ୍ତୁ ସେମିତି କିଛି ଦେଖିବାକୁ ମିଳିନାହିଁ। ଏବେ କର୍ମଚାରୀଙ୍କୁ ମିଳୁଥିବା ଭତ୍ତା ୫୦ ପ୍ରତିଶତ କାଟିବା ନେଇ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ