ଅପରାଧ ରାଜ୍ୟ

ରେଲଓ୍ୱେ କ୍ୱାର୍ଟର୍ସରୁ କାଠ ଜବତ ଘଟଣା, ଷ୍ଟେସନ ମାଷ୍ଟର ଗିରଫ

କଣ୍ଟାବାଞ୍ଜି ୨୪।୦୫: ରେଳବାଇ କ୍ୱାର୍ଟର୍ସରୁ ମୂଲ୍ୟବାନ କାଠ ଜବତ ଘଟଣା। ଜେଲ ଗଲେ ତୁରେକେଲା ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପ। ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସରେ କାଠ କାମ କରାଉଥିଲେ । ବନ ବିଭାଗ ହାତରେ ଧରାପଡି ଜେଲ ଯାଇଛନ୍ତି ଷ୍ଟେସନ ମାଷ୍ଟର ।

ଚଳିତ ମାସ ୧୩ ତାରିଖରେ କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଝି ବନ ଅଧିକାରୀ ତୁରେକେଲ ଷ୍ଟେସନ ମାଷ୍ଟରଙ୍କ ସରକାରୀ କ୍ୱାର୍ଟର୍ସ ପଛ ପଟୁ ୧୭ଟି ସାଗୁଆନ ଗଣ୍ଡି, ୪ ଖଣ୍ଡ ସାଇଜ କାଠ ଜବତ କରିଥିଲା । ଏହି ମାମଲାରେ ଦୁଇ କାଠ ମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ ।

ତେବେ ସରକାରୀ କ୍ୱାର୍ଟର୍ସରେ ବେଆଇନ ଭାବେ କାଠ କାମ କରାଉଥିବା ନେଇ ତୁରେକେଲା ଷ୍ଟେସନ ମାଷ୍ଟରଙ୍କୁ ସୋମବାର ବନ ବିଭାଗ ଗିରଫ କରି ରାତିରେ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନେକ ଦିନରୁ ଷ୍ଟେସନ ମାଷ୍ଟର ବେଆଇନ ଭାବେ କାଠ ଚାଲାଣ କାମ କରୁଥିବା ବନ ବିଭାଗ ସଂଦେହ କରି ଏହି ଚଢାଉ କରିଥିବା ସୂଚନା ଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।