ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ରେଭେନ୍ସା ଇଂରାଜୀ ବିଭାଗକୁ ଶହେ ବର୍ଷ ପୂରିଲା, ଶତାବ୍ଦୀ ସମାରୋହ ସେପ୍ଟେମ୍ବର ୩ରେ

ଭୁବନେଶ୍ବର : ଦେଶର ଐତିହ୍ୟ ସମ୍ପନ୍ନ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ଇତିମଧ୍ୟରେ ଶହେ ବର୍ଷ ପୂରଣ କରିଥିବାରୁ ଆସନ୍ତା ସେପ୍ଟେମ୍ବର ମାସ ୩ ତାରିଖରେ ଶତବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି l ୧୯୧୬ ମସିହାରେ ଇଂରାଜୀ ବିଭାଗରେ ସ୍ନାତକ ଶିକ୍ଷାଦାନ ଆରମ୍ଭ ହୋଇଥିବା ବେଳେ ୧୯୨୨ ମସିହାରେ ସ୍ନାତକୋତ୍ତର ଶିକ୍ଷାଦାନ ସୋନପୁର ମହାରାଣୀଙ୍କ ଆର୍ଥିକ ଅନୁଦାନ ଦ୍ୱାରା ଆରମ୍ଭ ହୋଇଥିଲା। ରେଭେନ୍ସା ଇଂରାଜୀ ବିଭାଗର ଏହି ଶହେ ବର୍ଷର ଯାତ୍ରା ସଂଘର୍ଷମୟ ଓ ଘଟଣା ବହୁଳ ଅଟେ। ଏହି ବିଭାଗର ଅବଦାନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅତୁଳନୀୟ। ଶତବାର୍ଷିକ ଉତ୍ସବର ଆୟୋଜନ ଆଲୁମିନି ସମିତି ଓ ଇଂରାଜୀ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହେବ। ଉତ୍ସବ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଇବା ନିମିତ୍ତ ଏକ ସାମ୍ବାଦିକ ସମ୍ମିଳନୀ ରେଭେନ୍ସା ଇଂରାଜୀ ବିଭାଗ ସମ୍ମେଳନ କକ୍ଷରେ ଆସନ୍ତା ୩୦ ତାରିଖ ଅପରାହ୍ନ ୪ ଘଟିକାରେ ଅନୁଷ୍ଠିତ ହେବ ବୋଲି ଆୟୋଜନ ସମିତିର ଗଣମାଧ୍ୟମ ଆବାହକ ଡଃ କମଳା ପ୍ରସାଦ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି