ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରେଭେନ୍ସାରୁ ବାହାରିଲେ ଆଉ ୨ କୋଭିଡ୍ ପଜିଟିଭ୍, ୫କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା

କଟକ,୨୬/୦୩: ରେଭେନ୍ସାରୁ ବାହାରିଲେ ଆଉ ୨ ପଜିଟିଭ୍ । ପୂର୍ବରୁ ୩ ଜଣ ପଜିଟିଭ୍ ଟିହ୍ନଟ ହୋଇଥିବା ବେଳେ ଏବେ ଆଉ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ପଜିଟିଭ୍ ମାମଲା ୫କୁ ବୃଦ୍ଧି ପାଇଛି ।

ସୂଚନାନୁସାରେ, କିଛି ଦିନ ତଳେ ରେଭେନ୍ସାର ଜଣେ ଅତିଥି ଅଧ୍ୟାପକ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଥିଲା । ସେ ପଢ଼ାଉଥିବା ବିଭାଗକୁ ସାନିଟାଇଜ୍‌ କରାଯିବା ସହିତ ଉକ୍ତ ବିଭାଗକୁ ୭ ଦିନ ପାଇଁ ବନ୍ଦ କରାଯାଇଥିଲା । ଏହା ସହିତ ଉକ୍ତ ବିଭାଗର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ ପ୍ରଫେସରଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ବୁଧବାର ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ଜଣେ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତାଙ୍କୁ ସେ ରହୁଥିବା ହଷ୍ଟେଲରେ ହିଁ ସଙ୍ଗରୋଧରେ ରଖାଯାଇଛି । ଏହାପରେ ଆଉ ବିଶ୍ୱ ବିଦ୍ୟାଳୟରୁ ଆଉ ୨ ପଜିଟିଭ୍ ମାମଲା ସାମ୍ନାକୁ ଆସିଥିଲା । ତେବେ ଶୁକ୍ରବାର ଆଉ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି ।

ସୂଚନାଯୋଗ୍ୟ, ଏବେସୁଦ୍ଧା ବିଶ୍ୱ ବିଦ୍ୟାଳୟରୁ ୩୦୮ ଜଣଙ୍କ ସ୍ୱାବ୍ ସଂଗ୍ରହ ହୋଇଛି । ଶୁକ୍ରବାର ମଧ୍ୟ ସ୍ୱାବ ସଂଗ୍ରହ ଜାରି ରହିବ ବୋଲି ସିଏମସି କର୍ତୃପକ୍ଷ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ