ରାଜ୍ୟ

ରେଡିଓ ଚକ୍‌ଲେଟ୍‌କୁ ଅଭିନନ୍ଦନ; ଶ୍ରୋତାବନ୍ଧୁଙ୍କୁ କୃତଜ୍ଞତା

ରେଡିଓ ଚକ୍‌ଲେଟ୍‌ ୧୦୪ ଏଫ୍‌ଏମ୍‌ ୨୦୦୭ ମସିହା ମେ ୪ ତାରିଖରେ ଜନ୍ମ ହୋଇଥିଲା। ଚାହୁଁ ଚାହୁଁ ୧୬ ବର୍ଷ ବିତି ଯାଇଛି। ଆଜିର ଦିନରେ ରେଡ଼ିଓ ଚକ୍‌ଲେଟ୍‌ ୧୭ତମ ବର୍ଷରେ ପଦାର୍ପଣ କରିଛି। ବର୍ଷ ବର୍ଷ ଧରି ଆମକୁ ଏତେ ଭଲ ପାଇବା, ଆଶୀର୍ବାଦ ଦେଇ ପ୍ରତିଟି ସୋପାନରେ ଆମ ସାଥିରେ ରହି ଦୀର୍ଘ ୧୬ ବର୍ଷ ଧରି ଲଗାତାର ଓଡ଼ିଶାର ନଂ-୧ ଏଫ୍‌ଏମ୍‌ ରେଡିଓ ଷ୍ଟେସନ୍‌ର ମାନ୍ୟତା ଦେଇଥିବାରୁ ଆମର ଶ୍ରୋତାବନ୍ଧୁଙ୍କୁ ଯେତେ କୃତଜ୍ଞତା ଜଣାଇଲେ ବି କମ୍‌ ହେବ।

ଓଡ଼ିଆ ପର୍ବପର୍ବାଣୀଠାରୁ ଆରମ୍ଭ କରି ଓଡ଼ିଶାର କଳା, ସଂସ୍କୃତି, ଭାଷା ଓ ସାହିତ୍ୟକୁ କେନ୍ଦ୍ରକରି ଆମେ ଆମ କାର୍ଯ୍ୟକ୍ରମ ତିଆରି କରିଥାଉ। ଓଡ଼ିଆ ପର୍ବପର୍ବାଣୀର ପାଳନ, ଓଡ଼ିଆ ଗୀତ, ରେଡିଓର କାହାଣୀ, ଅନ୍‌ଗ୍ରାଉଣ୍ଡ ଇଭେଣ୍ଟସ୍‌ ଓ ପ୍ରତିଯୋଗିତା, ରେଡିଓର ନାଟକରୁ ଆରମ୍ଭ କରି ‘ଆହେ ନୀଳଶଇଳ’ ଭଳି ମଞ୍ଚ ନାଟକ ଯାଏଁ ବିଭିନ୍ନ ବର୍ଗର ଓ ବୟସର ଶ୍ରୋତାଙ୍କ ପାଇଁ ଭିନ୍ନ ସ୍ବାଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଆମେ ଆଜି ଯାଏ ଚେଷ୍ଟା କରି ଆସିଛୁ ଏବଂ ଏ ପ୍ରୟାସ ମଧ୍ୟ ଜାରି ରହିବ। ଏଥିପାଇଁ ଆମେ ପ୍ରତିଶ୍ରୁତି ଦେଉଛୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।