ରାଜ୍ୟ ସ୍ପେଶାଲ ରିପୋର୍ଟ

ରେଞ୍ଜର୍‌ଙ୍କୁ ଦଳିଦେଲା ହାତୀ, ଘଉଡ଼ାଇବାକୁ ଯାଇଥିଲେ

ମ. ରାମପୁର/ ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବନାଞ୍ଚଳ ଅଧିକାରୀ (ରେଞ୍ଜର୍‌) ପ୍ରଶାନ୍ତ ପାଲ (୪୦)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, ରବିବାର ସକାଳେ ନର୍ଲା ବନ ବିଭାଗ ଅନ୍ତର୍ଗତ ଆମ୍ବପଡ଼ା ଓ ରତନପୁର ଅଞ୍ଚଳକୁ ୧୫ରୁ ଅଧିକ ହାତୀ ଆସିଥିଲେ। ଖବର ପାଇ ରେଞ୍ଜର୍‌ ଶ୍ରୀ ପାଲ ବନରକ୍ଷୀ ଓ ଅନ୍ୟ କର୍ମଚାରୀଙ୍କ ସହ ହାତୀ ଘଉଡ଼ାଇବାକୁ ଯାଇଥିଲେ। ରତନପୁର ପାଖରେ ଥିବା ଏକ ନାଳ ନିକଟରେ ହାତୀମାନେ ବନ କର୍ମଚାରୀମାନଙ୍କୁ ଗୋଡ଼ାଇଥିଲେ। ଜୀବନ ବିକଳରେ ଯିଏ ଯେଉଁ ଆଡ଼େ ପାଇଲା ଦୌଡ଼ି ପଳାଇଥିଲେ। ରେଞ୍ଜର୍‌ ଶ୍ରୀ ପାଲ ଦୌଡ଼ି ପଳାଉଥିବା ବେଳେ ପଥରରେ ଝୁଣ୍ଟି ତଳେ ମୁହଁ ମାଡ଼ି ପଡ଼ି ଯାଇଥିଲେ। ଉଠିବାକୁ ଚେଷ୍ଟା କଲା ବେଳକୁ ଉତ୍ତ୍ୟକ୍ତ ହାତୀଟିଏ ଆସି ତାଙ୍କୁ ଦଳି ଦେଇଥିଲା। ଫଳରେ ତାଙ୍କ ଅନ୍ତବୁଜୁଳା ବାହାରି ପଡ଼ିଥିଲା। ସହକର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ନର୍ଲା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।

ନର୍ଲା ଥାନା ଆଇଆଇସି ଗଙ୍ଗାଧର ମେହେର ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ସମୟରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶବକୁ ପ୍ରଥମେ ନର୍ଲା ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ଜିଲ୍ଲାର ବିଭିନ୍ନ ପଦାଧିକାରୀ ଶେଷଦର୍ଶନ କରିବା ପରେ ଶୋଭାଯାତ୍ରାରେ ତାଙ୍କ ମ. ରାମପୁରସ୍ଥିତ ଘରକୁ ନିଆଯାଇଥିଲା। ପରିବାର ସଦସ୍ୟ, ସମ୍ପର୍କୀୟଙ୍କ ଗହଣରେ ସଂଧ୍ୟାରେ ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ମ. ରାମପୁର ଓ ନର୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମୂଳନିବାସୀ ରେଞ୍ଜର ସ୍ବର୍ଗତ ପାଲ ମ. ରାମପୁର ରେଞ୍ଜ ଅଧୀନରେ ନିଯୁକ୍ତି ପାଇବା ପରେ ଏଠାରେ ବିବାହ କରି ସ୍ଥାୟୀ ଭାବେ ରହୁଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।