ସମ୍ବଲପୁର ୨୬।୭: ରେଜଲ୍ଟ ବାହାରିବାରେ ବିଳମ୍ବ ନେଇ ଛାତ୍ରଛାତ୍ରୀଙ୍କ ଧାରଣା । ଯୁକ୍ତ ତିନି ପଞ୍ଚମ ସେମିଷ୍ଟାର ରେଜଲ୍ଟ ବାହାରିବାରେ ଅହେତୁକ ବିଳମ୍ବ ହେଉଥିବାରୁ ମଙ୍ଗଳବାର ପୁଣି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ଦେଉଛନ୍ତି । ଆଗକୁ ପିଜି ପ୍ରବେଶିକା ଓ ବିଇଡି ପ୍ରବେଶିକା ପରୀକ୍ଷା ଥିବାବେଳେ ବର୍ତ୍ତମାନ ସମୟରେ ରେଜଲ୍ଟ ବାହାରିବା ନିହାତି ଆବଶ୍ୟକ । ତେଣୁ ଆନ୍ଦୋଳନରେ ବସିଛନ୍ତି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ଦୁଇ ମାସ ହେଲା କର୍ତ୍ତୃପକ୍ଷ କାହିଁକି ରେଜଲ୍ଟ ବାହାର କରୁନାହାନ୍ତି ତାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

