ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ରେକର୍ଡ ସ୍ତରରେ ସେନସେକ୍ସ୍, ପ୍ରଥମ ଥର ପାଇଁ ୧୩ ହଜାର ଉପରେ ନିଫ୍ଟି

ନୂଆଦିଲ୍ଲୀ ୨୪/୧୧ : କରୋନା ମାହାମରୀ ଚାଲୁ ରହିଥିବା ବେଳେ ଲାଗାତାର ଭାବେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ମିଳିବାରେ ଲାଗିଛି । କରୋନା ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ସହିତ ମିଶି ଭ୍ୟାକସିନ୍ ତିଆରି କରୁଥିବା ଆଷ୍ଟ୍ରାଜେନିକା କହିଛି ଯେ, କମ୍ପାନୀ ଦ୍ବାରା ତିଆରି କରାଯାଇଥିବା ଭ୍ୟାକସିନ୍ ଟ୍ରାଏଲ ବେଳେ ୯୦ ପ୍ରତିଶତ କାମ କରୁଛି । ତେବେ ଏହି ସକାରାତ୍ମକ ଖବର ଆସିବା ପରେ ଭାରତୀୟ ସେୟାର ମାର୍କେଟରେ ସେନସେକ୍ସ ଏବଂ ନିଫ୍ଟି ଶୀର୍ଷରେ ପହଞ୍ଚିଛି । ସପ୍ତାହର ଦ୍ବିତୀୟ କାର୍ଯ୍ୟ ଦିବସରେ ସେନସେକ୍ସ ୨୫୦ ପଏଣ୍ଟ ବୃଦ୍ଧି ପାଇ ୪୪,୩୫୦ରେ ପହଞ୍ଚିଛି । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ର ନିଫ୍ଟି ପ୍ରଥମ ଥର ୧୩ ହଜାର ପଏଣ୍ଟ ଉପରକୁ ଯାଇଛି ।

ତେବେ ସୋମବାର ଦିନ ମଧ୍ୟ ସେୟାର ବଜାରରେ ବୃଦ୍ଧି ଦେଖାଯାଇଥିଲା । ବିଏସଇ ସେନସେକ୍ସ୍ କାରବାର ବେଳେ ୪୪ ହଜାର ୨୭୧ ପଏଣ୍ଟ ଯାଏଁ ଛୁଇଁଥିଲା । ଶେଷରେ ଏହା ୧୯୫ ପଏଣ୍ଟ ବୃଦ୍ଧି ପାଇ ୦.୪୪ ପ୍ରତିଶତ ସହିତ ୪୪ ହଜାର ୦୭୭ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ର ନିଫ୍ଟି ୬୭ ପଏଣ୍ଟ ଅର୍ଥାତ ୦.୫୨ ପ୍ରତିଶତ ବୃଦ୍ଧି ପାଇଁ ୧୨ ହଜାର ୯୨୬ରେ ବନ୍ଦ ହୋଇଥିଲା ।

ଅନ୍ୟ ପକ୍ଷରେ ମହାମାରୀ ସମୟରେ ଆଇଟି ଏବଂ ଫାର୍ମା କମ୍ପାନୀ ମାନେ ପ୍ରଚୁର ଲାଭ କରିଛନ୍ତି । ଆଷ୍ଟ୍ରାଜେନିକା ଫାର୍ମା କମ୍ପାନୀ ଦାବି କରିଛି ଯେ ତାଙ୍କ ଦ୍ବାରା ଟ୍ରାଏଲ କରାଯାଉଥିବା ଭ୍ୟାକସିନ କରୋନା ରୋଗୀଙ୍କୁ ପ୍ରାୟ ୯୦ ପ୍ରତିଶତ ରୋକିବାରେ ସହାୟକ ହୋଇପାରିବ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ