ଅପରାଧ ରାଜ୍ୟ

ରେକର୍ଡ କଲା ଲମତାପୁଟ ପୋଲିସ, ଲୁଣ ବୋଝେଇ ଟ୍ରକରୁ ଜବତ କଲା ୫ ଟନରୁ ଅଧିକ ଗଞ୍ଜେଇ

ଲମତାପୁଟ ୦୩/୦୬: ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଓଡିଶାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ଲମତାପୁଟ ପଲିସ । ୫ ଟନ ଗଞ୍ଜେଇ ବୋଝେଇ ୧୪ ଚକିଆ ଟ୍ରକ ସହ ୩ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ଲମତାପୁଟ ପୋଲିସ । ଅଭିନବ ଉପାୟରେ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଲମତାପୁଟ ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ.ଡ଼ି.ପିଓ.ଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ଟିକାପୁଟ ଗ୍ରାମ ନିକଟରେ ଲୁଣ ବୋଝେଇ ଟ୍ରକରେ ବିପୁଳ ପରିମାଣ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ । ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ ପାଇଁ ବିଶାଖାପାଟଣାରୁ ଲୁଣ ବୋଝେଇ କରି ଆଣିଥିଲେ ମାଫିଆ ।

ଟିକାପୁଟ ଗ୍ରାମ ନିକଟରେ ବିପୁଳ ଗଞ୍ଜେଇ ଟ୍ରକରେ ଲାଦିବା ପରେ ଉପରେ ଲୁଣବସ୍ତା ରଖିଥିଲେ ମାଫିଆମାନେ । ଲମତାପୁଟ ପୋଲିସ ଟିକାପୁଟ ରୁ ଛତିଶଗଡ ଚାଲଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ମାଡି ବସୀ ଥିଲା ୩ ଜଣ ଗଞ୍ଜେଇ ମାଫିଆକୁ । ଅନ୍ଧାରର ସୁଯୋଗ ନେଇ ଅନ୍ୟ ୨ମାଫିଆ ସେଠାରୁ ଚଂପଟ ମାରିବାରେ ସଫଳ ହୋଇଥିବା ବେଳେ ଟ୍ରକକୁ ଜବତ କରିଥିଲା ପୋଲିସ ।

ଟ୍ରକରୁ ଲୁଣ ଖାଲି କରିବା ପରେ ପୋଲିସର ହୋସ ଉଡିଯାଇଥିଲା ପ୍ରାୟ ୨୨୩ ଟି ବସ୍ତାରେ ପ୍ରାୟ ୫ ଟନରୁ ଅଧିକ ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ପୋଲିସ କହଛି । ଗିରଫ ବ୍ୟକ୍ତି ମାଛକୁଣ୍ଡ ଥାନା ଅନ୍ତରଗତ ଯୋଡ଼ିଆପୁଟ ଗ୍ରାମ ସୁଦର୍ଶନ ଲେନ୍ଦ୍ରୁ, ଉତ୍ତର ପ୍ରଦେଶ ଅଞ୍ଚଳର ଉମେଶ ବାବୁ ଏବଂ ସିଂହପାଲ ବୋଲି ଜଣାପଡ଼ିଛି ।

ସବୁଠାରୁ ବଡ କଥା ଓଡିଶା ପୋଲିସ ଆଜି ପର୍ଯ୍ୟନ୍ତ ଏତେ ପରିମାଣରେ ଗଞ୍ଜେଇ ଧରିବାରେ ସକ୍ଷମ ହୋଇନଥିଲା । ପ୍ରଥମଥର ଲମତାପୁଟ ପୋଲିସର ଏହି ସଫଳତା ପାଇଁ କୋରାପୁଟ ଏସପି ନିଜେ ଘଟଣାର ଅନୁଧ୍ୟାନ କରିଛନ୍ତି । ଫେରାର ଥିବା ମାଫିଆଙ୍କୁ ଧରିବା ପାଇଁ ସ୍ଵତନ୍ତ୍ର ଟିମ ଗଠନ କରିଥିବା ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।