ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ରୁଷ୍‌ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା: ସାଧାରଣ ପାସ୍‌ପୋର୍ଟ ବ୍ୟବହାର କରିଥିଲେ ଆନ୍ଥେଭ

ରାୟଗଡ଼ା: ରୁଷ୍‌ ପର୍ଯ୍ୟଟକ ପାଭେଲ୍ ଆନ୍ଥେଭ, ଭ୍ଲାଦ୍‌ମିର୍ ବିଦାନୋଭ ସାଧାରଣ ପାସ୍‌ପୋର୍ଟରେ ଭାରତ ଭ୍ରମଣରେ ଆସିଥିଲେ। ଆନ୍ଥେଭ ଜଣେ ସାଂସଦ ହୋଇଥିବାରୁ ତାଙ୍କୁ ନିଶ୍ଚିତ ଡିପ୍ଲୋମାଟିକ୍‌ ପାସ୍‌ପୋର୍ଟ ମିଳିଥିବ। କିନ୍ତୁ, ଭାରତ ପରିଭ୍ରମଣରେ ଆସିବାପାଇଁ ଏହି ପାସ୍‌ପୋର୍ଟ ସେ କାହିଁକି ବ୍ୟବହାର କରିନଥିଲେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଆନ୍ଥେଭ ରୁଷ୍‌ର ନିର୍ବାଚିତ ଲୋକପ୍ରତିନିଧି ହୋଇଥିବା ବେଳେ ରୁ‌ଷ୍‌-ୟୁକ୍ରେନ୍ ଯୁଦ୍ଧ ପାଇଁ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ କରି ଚର୍ଚ୍ଚାରେ ଥିଲେ। ନିଜ ବ୍ଲଗ୍‌ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ଠିକ୍ ନୁହେଁ ବୋଲି ଉଲ୍ଲେଖ କରି ପୁଟିନଙ୍କୁ ସମାଲୋଚନା କରିଥିଲେ। ଏହାପରେ ଚାପରେ ନିଜ ବ୍ଲଗ୍‌ରୁ ପୁଟିନ୍ ବିରୋଧୀ ମନ୍ତବ୍ୟ ସେ ହଟାଇ ଦେଇଥିଲେ ଆନ୍ଥେଭ। ସାଧାରଣ ପାସ୍‌ପୋର୍ଟରେ ଭାରତ ଭ୍ରମଣରେ ଆସିବା ପଛରେ ଏହି ଯାତ୍ରାକୁ ସେ ଯଥାସମ୍ଭବ ଗୁପ୍ତ ରଖିବାକୁ ଚେଷ୍ଟା କରୁଥିଲେ ବୋଲି ଶୁଣିବାକୁ ମିଳୁଛି। ତେଣୁ, ଭାରତ ସରକାର କିମ୍ବା ଓଡ଼ିଶା ସରକାର ଆନ୍ଥେଭଙ୍କୁ ନ ଚିହ୍ନିବା ଏବଂ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିଲେ।

ସେହିପରି ଭ୍ଲାଦ୍‌ମିର୍ ବିଦାନୋଭ ମଧ୍ୟ ରୁଷ୍‌ର ଜଣେ ବିଶିଷ୍ଟ ବ୍ୟବସାୟୀ ଥିଲେ। ଉଭୟେ କାହିଁକି ସାଧାରଣ ପାସ୍‌ପୋର୍ଟରେ ଭାରତ ଆସିବାକୁ ଚାହିଁଲେ ତାକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆନ୍ଥେଭ ନିଜ ୬୬ତମ ଜନ୍ମଦିନ ପାଳନ ପାଇଁ ଭାରତ ଆସିଥିବା କୁହାଯାଉଛି। ଜନ୍ମଦିନକୁ ସ୍ମରଣୀୟ କରିବାକୁ ଆସିଥିବା ବେଳେ ବନ୍ଧୁ ବିଦାନୋଭଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା ଭଳି ପଥକୁ କାହିଁକି ବାଛିନେଲେ ତାହା କ୍ରାଇମବ୍ରାଞ୍ଚ ସମେତ ଭାରତ ସରକାରଙ୍କ ପାଇଁ ଜାଣିବା ଏବେ ଚ୍ୟାଲେଞ୍ଜ ହୋଇଛି।

ଅନ୍ୟପକ୍ଷରେ, ହୋଟେଲ୍ ଛାତରୁ ପଡ଼ି ମୃତ୍ୟୁ ଘଟଣାରେ କୌଣସି ଷଡ଼୍‌ଯନ୍ତ୍ର ନଥିବା କୁହାଯାଉଛି। କ୍ରାଇମବ୍ରାଞ୍ଚ ମୃତ୍ୟୁ ପଛର କାରଣ ସଂପର୍କରେ ଏଯାବତ୍ ମୁହଁ ଖୋଲୁନଥିଲେ ମଧ୍ୟ ବେସରକାରୀ ଭାବେ ଏହି ଚର୍ଚ୍ଚା ହେଉଛି। ପ୍ରାୟତଃ ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଆନ୍ଥେଭଙ୍କ ମୃତ୍ୟୁ ପଛର କାରଣ ଷଡ଼୍‌ଯନ୍ତ୍ର ନୁହଁ ବରଂ ପୁରୁଷ ବନ୍ଧୁ ଭ୍ଲାଦ୍‌ମିର୍ ବିଦାନୋଭଙ୍କ ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇ ଛାତରୁ ଖସିପଡ଼ିବା ଯୋଗୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିପାରେ। କ୍ରାଇମ୍ରବାଞ୍ଚ୍‌ ତଦନ୍ତ ସରି ଆସୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ, ପାରିପାର୍ଶ୍ବିକ ସ୍ଥିତି, ତଦନ୍ତର ଦିଗକୁ ଅନୁମାନ କଲେ ଏହା ସ୍ପଷ୍ଟ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।